ଆକର୍ଷଣୀୟ ଫଟୋ ଓ ଭିଡ଼ିଓ ଉତ୍ତୋଳନ କଳା ନିମନ୍ତେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

4

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବର୍ତ୍ତମାନ ସମୟରେ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜ୍ଞାନ କୌଶଳ ଅବଲମ୍ବନ କରି ଉନ୍ନତ ମାନର ଫଟୋ ଓ ଭିଡ଼ିଓ ଉତ୍ତୋଳନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଆଜିର ଯୁବଗୋଷ୍ଠୀ। ତେଣୁ ଗ୍ରାହକଙ୍କ ଚାହିଦା ମୁତାବକ ବିଭିନ୍ନ କମ୍ପାନୀ ମାନେ ମଧ୍ୟ ବିଭିନ୍ନ ନୂତନ ମଡେଲ୍ ର କ୍ୟାମେରା ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି।ଯାହାକୁ ଅନୁସରଣ କରି ଆଜିକାଲି ବହୁ କ୍ୟାମେରା ମ୍ୟାନ ବା ଫଟୋ ଉତ୍ତୋଳନ କାରି ବ୍ୟକ୍ତି ବିଶେଷ ନିଜ ରୋଜଗାର ବୃଦ୍ଧି କରି ପାରିଛନ୍ତି।ଆଜି କ୍ୟାନନ୍ କମ୍ପାନୀ ତରଫରୁ ଘୁମୁସର ଫଟୋଗ୍ରାଫର ଆସୋସିଏସନ୍ ଭଞ୍ଜନଗର ତରଫରୁ ବିଜୁପଟ୍ଟନାୟକ ପାର୍କ ପାର୍ଶ୍ଵରେ ଥିବା ଓଟିଡିସି ପାନ୍ଥ ନିବାସରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କ୍ୟାନନର ସେଲସ ମ୍ୟାନେଜର ଅଭିଜିତ ରାୟ,ମେଣ୍ଟର ଅଭିଷେକ ପଟ୍ଟନାୟକ, ବ୍ରଜ କିଶୋର ଲେଙ୍କା,ବିଶ୍ୱ ସାହୁ,ମଡେଲ ତ୍ରିନିସା ଦାସ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଜିପିଏ ସଭାପତି ଜେ.କେ ପଟ୍ଟନାୟକ ସଭାପତିତ୍ୱ କରିଥିଲେ।ଯେକୌଣସି ପରିସ୍ଥିତିରେ କିଭଳି ଉନ୍ନତ ମାନର ଫଟୋ ଓ ଭିଡ଼ିଓ ସୁଟ କରିହେବ ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଜଗନ୍ନାଥ ନାୟକ ଓ ସୁନୀଲ ନାୟକ ନୂତନ କ୍ୟାନନ କ୍ୟାମେରା ନେବା ପାଇଁ ସ୍ଥିର କରିଛନ୍ତି।ଏଥିରେ ଜିପିଏର ବିରଞ୍ଚି ପ୍ରସାଦ ମିଶ୍ର,ସାଗର ବେହେରା, ସଂଗ୍ରାମ ସ୍ୱାଇଁ, ଅନୀଲ ବିଷୋୟୀ,ସୁଶାନ୍ତ ନାୟକ, ସୁଶାନ୍ତ କୁମାର ପରିଡ଼ା,ଭି.ହେମନ୍ତ ରାଓ , କୁମାର ନାରାୟଣ ପଣ୍ଡା, ସୁଶାନ୍ତ ସ୍ଵାଇଁ, ମଣ୍ଟୁ ପଣ୍ଡା, ଲକଚି ପାତ୍ର, ଆନନ୍ଦ ମିଶ୍ର ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Leave A Reply

Your email address will not be published.