ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷା ଭାବେ ବରିଷ୍ଠ ଅଧ୍ୟାପିକା ରୁନିବାଳା ତ୍ରିପାଠି ଦାୟିତ୍ୱ ଗ୍ରହଣ କରିଛନ୍ତି I ଗତ ମାସରେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଅବସର ଗ୍ରହଣ କରିଥିଲେ I ଏହା ପରେ ଶ୍ରୀମତୀ ତ୍ରିପାଠି ବରିଷ୍ଠତା ଭିତ୍ତିରେ ଆନୁଷ୍ଠାନିକ ଭାବେ ଅନୁଷ୍ଠାନର ଦାୟିତ୍ୱ ଗ୍ରହଣ କରିଛନ୍ତି I ଶ୍ରୀମତୀ ତ୍ରିପାଠି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଅନୁଷ୍ଠାନର ଗଭର୍ଣ୍ଣିଂ ବଡି ସଭାପତି ତଥା ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଏବଂ ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଅନୁଷ୍ଠାନର ସୁବିଧା, ଅସୁବିଧା, ଆବଶ୍ୟକତା ଏବଂ ଶୈକ୍ଷିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି I ଏହି ଅବସରରେ ବିଧାୟକ ଶ୍ରୀ ବିଷୋୟୀ ଏବଂ ଉପଜିଲ୍ଲାପାଳ ଶ୍ରୀ ବେହେରା ନୂତନ ଅଧ୍ୟକ୍ଷା ଶ୍ରୀମତୀ ତ୍ରୀପାଠୀଙ୍କୁ ଶୁଭେଚ୍ଛା ଜଣାଇଥିଲେ I ନୂତନ ଅଧ୍ୟକ୍ଷା ଶ୍ରୀମତୀ ତ୍ରିପାଠି ଦାୟିତ୍ୱ ଗ୍ରହଣ କରିବା ପରେ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ଥାନୀୟ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗଭର୍ଣ୍ଣିଂ ବଡି, ପୁରାତନ ଛାତ୍ର ସଂଗଠନ, ଅଭିଭାବକଙ୍କ ସହଯୋଗ କାମନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କ ପୂର୍ଣ୍ଣ ସହଯୋଗରେ ବିଦ୍ୟାଳୟରେ ସମସ୍ତପ୍ରକାର ଶୈକ୍ଷିକ ଏବଂ ସହ ଶୈକ୍ଷିକ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳିତ ହେବ ବୋଲି ଆଶା ପୋଷଣ କରିଛନ୍ତି I
ସେହିପରି ଅନୁଷ୍ଠାନର ରାସାୟନିକ ବିଭାଗ ପ୍ରତିପାଦକ ଦେବେଶ ଚନ୍ଦ୍ର ମହାପାତ୍ର ଅବସର ଗ୍ରହଣ କରିଥିବା ବେଳେ ଓଡ଼ିଆ ବିଭାଗ ଅଧ୍ୟାପକ ତ୍ରିନାଥ ବେହେରା ଅନୁଷ୍ଠାନର ପ୍ରଶାସନିକ ଅଧିକ୍ଷକ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.