କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

4

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-୧୬/୧୦, ସୋରଡ଼ା ବ୍ଳକ୍ ଅନ୍ତର୍ଗତ କୁଲାଙ୍ଗୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆରସିସି ବରୁଣ ସେଠୀ ଏବଂ ପ୍ରଧାନ ଶିକ୍ଷକ ବାବୁଲି ବେହେରାଙ୍କ ତତ୍ତ୍ୱାବଧାନରେ ଲାଠିପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ I ବିଧାୟକ ଶ୍ରୀ ବିଷୋୟୀ ମାଆଙ୍କୁ ସମ୍ମାନ ଦେବା ସହିତ ଚରିତ୍ରବାନ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ I ଏଥିରେ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ମଣ୍ଡଳ,ଅବସରପ୍ରାପ୍ତ ଶିକ୍ଷକ ଭଜରାମ ଗୌଡ଼, ଲାଠିପଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସ୍ୱାଇଁ, ଉଦୟନାଥ ସ୍ମାରକୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦୁଃଖୀଶ୍ୟାମ ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଆଦିତ୍ୟ ପ୍ରସାଦ ପଟ୍ଟନାୟକ ଏବଂ ସୋରଡ଼ା ବ୍ଳକ୍ ର ସମସ୍ତ ସିଆରସିସି ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ କ୍ଲଷ୍ଟର୍ ର ୧୮ ଟି ବିଦ୍ୟାଳୟରୁ ୨୦୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତlରେ ଅଂଶଗ୍ରହଣ କରିଥିଲେ I ପ୍ରଭାକର ବିଷୋୟୀ ପ୍ରତିଯୋଗିତl ଗୁଡିକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ରୂପେ ଯୋଗ ଦେଇଥିଲେ I ଶିକ୍ଷକ ରାଜକିଶୋର ସ୍ୱାଇଁ ଏବଂ ବୀରେନ୍ଦ୍ର ସାବତ ମଞ୍ଚ ପରିଚାଳନା କରିଥିବା ବେକେ ଶିକ୍ଷକ କୃଷ୍ଣଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

Leave A Reply

Your email address will not be published.