ମାଲକାନଗିରି:ଅସହାୟ ଓ ଗରିବଙ୍କ ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ ଲୋକଙ୍କ ସରକାର ବୋଲାଉ ଥିବା ଏହି ସରକାର ଅସହାୟଙ୍କ ପାଇଁ ବଡ ବଡ ପଦକ୍ଷେପ ନେଉଥିବା କହୁଛନ୍ତି। ତେବେ ଅନେକ ଯୋଜନା ଓ ସରକାରଙ୍କ ଅନେକ ପଦକ୍ଷେପ ସତ୍ବେ ଆଜି ମଧ୍ୟ ଏମିତି କିଛି ଅସହାୟ ପରିବାର ଅଛନ୍ତି ଯେଉଁମାନେକି ଓଳିଏ ଖାଇବା ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି। ତେବେ ଏମିତି କିଛି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ସିନ୍ଧିରୀମାଳ ପଞ୍ଚାୟତ ଅନ୍ତର୍ଗତ ଖିରକୋଳିଗୁଡା ଗ୍ରାମରୁ। ଯେଉଁଠି ଅଟିଏ ଅସହାୟ ପରିବାରର ବାପାଙ୍କ ମୃତ୍ୟୁ ପରେ ୩ ନାବାଳକ ଛୁଆଙ୍କୁ ଛାଡି ମା ମଧ୍ୟ କେଉଁ ଆଡେ ଚାଲି ଗଲେ। ଏହାପରେ ଏହି ଅସହାୟ ୩ ନାବାଳକ ଛୁଆ ବର୍ତ୍ତମାନ ବଞ୍ଚିବା ପାଇଁ ଅହରହ ସଂଘର୍ଷ କରୁଛନ୍ତି। ପରିବାରରେ ବର୍ତ୍ତମାନ ୨ଟି ନାବାଳକ ପୁଅ ଓ ଗୋଟିଏ ନାବାଳିକା ଝିଅ ରହିଛି, ମା କେଉଁ ଆଡେ ଏହି ପିଲାଙ୍କୁ ଛାଡି ଚାଲି ଯାଇଥିବାରୁ ଏହି କୁନି କୁନି ପିଲାଏ ବର୍ତ୍ତମାନ ନିଜ ପେଟକୁ ଦାନା ଯୋଗାଇବାରେ ମଧ୍ୟ ସକ୍ଷମ ନୁହନ୍ତି। ଯେଉଁଠି ବାପାଙ୍କ ମୃତ୍ୟୁ ପରେ ମା କେଉଁ ଆଡେ ଚାଲିଗଲେ, ସେଭଳି ସ୍ଥାନରେ ଏହି ଅସହାୟ ପିଲାଙ୍କୁ ବର୍ତ୍ତମାନ ତାଙ୍କ ଦାଦା ଭଗତ ଗଉଡ ମାନବିକତା ଦେଖାଇ ଖାଦ୍ୟ ପେୟ ପ୍ରଦାନ କରୁଛନ୍ତି। ତେବେ ଭଗତଙ୍କ ଅବସ୍ତା ମଧ୍ୟ ସ୍ଵଚ୍ଛଳ ନଥିବା ବେଳେ ତାଙ୍କ ନିଜ ପରିବାର ପ୍ରତି ପୋଷଣ ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି। ଏପରି କ୍ଷେତ୍ରରେ ମୃତ ଭାଇର ୩ ଟି ପିଲାଙ୍କୁ ଖାଦ୍ୟ ଯୋଗାଇବା ଓ ତାଙ୍କ ଭଲ ମନ୍ଦ ବୁଝିବା ତାଙ୍କ ପାଇଁ କଷ୍ଟକର ହୋଇ ପଡିଛି। ଗ୍ରାମବାସୀ ମଧ୍ୟ ବେଳେ ବେଳେ ଏହି ଅସହାୟ ପିଲାଙ୍କ ପାଇଁ ସହାୟତା ହାତ ବଢାଉଛନ୍ତି, କିନ୍ତୁ ଏହି କୋମଳ ମତି ପିଲାଙ୍କ ଭବିଷ୍ୟତ ଗଠନ ଦିଗରେ ସେଭଳି କୌଣସି ଠୋସ ପଦକ୍ଷେପ ନିଆ ଯାଇ ପାରୁ ନାହି। ନିଜର କିଛି ଭୁଲ ନଥିବା ବେଳେ ଖେଳ କୁଦ ବୟସରେ ଜୀବନର ବାଲ୍ୟ ଅବସ୍ତାରେ ଏହି ୩ କୋମଳମତି ଶିଶୁ ନିଜ ପେଟ ଭରା ଖାଦ୍ଯ ଟିକକ ପାଇଁ ସଂଘର୍ଷ କରୁଥିବା ବେଳେ ସରକାରୀ ସ୍ତରରେ ଏମାନଙ୍କୁ ସେଭଳି କୌଣସି ସହାୟତା ମିଳି ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ନିଜର ଭବିଷ୍ୟତ ଗଠନ ଦିଗରେ ପିଲାଏ ମଧ୍ୟ କିଛି ଚିନ୍ତା କରି ପାରୁ ନାହାନ୍ତି, କାରଣ କୋମଳ ବୟସରେ ଅନ୍ୟ ପିଲାଏ ଯେଉଁ ସବୁ ସୁଖ ସୁବିଧା ପାଇବା କଥା ତାହା ଏହି ପିଲାଙ୍କ ପାଇଁ ସପ୍ନ ପାଲଟିଛି। ଏଭଳି ସ୍ଥିତିରେ ଏହି ପିଲାଏ ଯେ ଆଗକୁ କଣ କରିବେ, କିପରି ନିଜର ଉତ୍ତମ ଭବିଷ୍ୟତ ଗଠନ କରିବେ ତାହାକୁ ନେଇ ଗରମବାସୀ ଓ ଅନ୍ୟମାନେ ମଧ୍ୟ ବେସ ଚିନ୍ତିତ। ଯେଉଁଠି ସରକାର ଏପରି ଅସହାୟ ପିଲାଙ୍କ ପାଇଁ ଅନେକ ପଦକ୍ଷେପ ନେଉଥିବା କହୁଛନ୍ତି, ସେଠାରେ ଏପରି ଦୃଶ୍ୟ ସରକାର ଓ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି। ଏସବୁ ବିଷୟକୁ ନେଇ ଆମେ ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ଗ୍ରହଣ ନକରିବାରୁ ତାଙ୍କ ଶ ଯୋଗଯୋଗ ହୋଇପାରି ନାହି।
Sign in
Sign in
Recover your password.
A password will be e-mailed to you.