ମାଲକାନଗିରି: ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମଭି-୭ ଠାରେ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟଳୟ ତରଫରୁ ଜିଲ୍ଲା ଜୁନିୟର ରେଡ଼କ୍ରସ ର କାର୍ଯ୍ୟକାରୀଣି ବୈଠକ ସମ୍ମାନୀୟ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଣି ଶ୍ରୀମତୀ ମଞ୍ଜୁଲତା ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଭାଗୀରଥି ବେହେରା, ଜିଲ୍ଲା ଶାରିରିକ ଶିକ୍ଷାଧିକାରୀ କାର୍ତ୍ତିକଚନ୍ଦ୍ର ବେହେରା, ପୂର୍ବତନ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ଡ. ରଂଜନ କୁମାର ସ୍ୱାଇଁ, ଜିଲ୍ଲା ଜେ ଆର ସି ଅଫିସର ନିରଞ୍ଜନ ମହାରଣା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁମନ୍ତ ମାଝୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ ଚନ୍ଦ୍ର ରାଉତ, ଗୋଷ୍ଠୀ ଶିକ୍ଷାଧିକାରୀ ସୁମିତ କୁମାର ବିଶ୍ଵାସ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିରେନ୍ଦ୍ର କୁମାର ପ୍ରଧାନ ସଭ୍ୟ ତଥା ଭେନ୍ୟୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ ଇଶ୍ଵର ରାଓ, ସାଧନ କର୍ମୀ ଅଜୟ କୁମାର ସ୍ୱାଇଁ, ସାଧନ କର୍ମୀ ମାର୍କଣ୍ଡ ଚରଣ ଦାସ, ପୂର୍ବତନ ଜେଆର ସି ଅଫିସର ସନାତନ ପ୍ରଧାନ, ସଭ୍ୟ ଦୀନବଂଧୁ ବେଜ, ବ୍ଲକ କୋଡିନେଟର ଦେବରାଜ ସେଠୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁବ୍ରତା ଦାସ, ବସନ୍ତ କୁମାର ପ୍ରଧାନ, ଏମ. ରୋଜା, ବିଭୂତି ସେଠୀ, ସ୍ମିତା ଦେବନାଥ, ରଂଜନ ବେହେରା, ତଥା ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ, ସମସ୍ତ ନୋଡ଼ାଲ ପ୍ରଧାନ ଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି, ପ୍ରଭୁ ଜଗନ୍ନାଥଙ୍କ ଫଟୋ ଓ ରେଡ଼କ୍ରସ ପ୍ରତିଷ୍ଠାତା ସାର ହେନେରୀ ଡୁନାଣ୍ଟ ଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା , ପରେ ସମସ୍ତ କାର୍ଯ୍ୟକାରିଣୀ ସଭ୍ୟ ସଭ୍ୟାଙ୍କ ମତାମତ ଉପସ୍ଥାପନ ହୋଇ ଥିଲା । ଆଗାମୀ ବର୍ଷ ନିମନ୍ତେ ଜିଲ୍ଲା ଜୁନିୟର ରେଡକ୍ରସ ର କାର୍ଯ୍ୟପନ୍ଥା ଏବଂ ରୁପରେଖ ପ୍ରସୁତ କରାଯାଇଥିଲା । ଜିଲ୍ଲା ରେଡ଼କ୍ରସ କିପରି ରାଜ୍ୟ ତଥା ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରି ପାରିବ ତା ଉପରେ ଜିଲ୍ଲା ଶିକ୍ଷାଧିକାରୀ ଆଲୋକ ପାତ କରିଥିଲେ । ସମସ୍ତ ସଦସ୍ୟ ସଦସ୍ୟା ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବା ସହିତ ସମସ୍ତ ସେବାମୂଳକ ଅନୁଷ୍ଠାନ ଯେପରି କ୍ରିୟାନୟନ ହୋଇପାରିବ ତା ଉପରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭାଗୀରଥି ବେହେରା ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା ଜୁନିୟର ରେଡ଼କ୍ରସ କାଉନସିଲର ଦେବରାଜ ସେଠୀ କରିଥିବା ବେଳେ ଜୁନିୟର ରେଡ଼କ୍ରସ କାଉନସିଲର ମାର୍କଣ୍ଡ ଚ଼ରଣ ଦାସଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସମାପ୍ତି ଘଟିଥିଲା ।
Sign in
Sign in
Recover your password.
A password will be e-mailed to you.