ବେହେଡା, ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ତା 16/10/2025,ଉମରକୋଟ ବ୍ଲକ ଅନ୍ତର୍ଗତ କେଶରିବେଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଏକ ଦିବସୀୟ ଶିଶୁ ମହୋତ୍ସବ ସୁରଭି ତାରାଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବହୁ ଆଡମ୍ବର ରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୋତିରାମ ଗଣ୍ଡ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ।ମୋତିରାମ ଗଣ୍ଡଙ୍କ ସଭାପତିତ୍ବ ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କୋପେନା ଗ୍ରାମ ପଞ୍ଚାୟତର ସରପଞ୍ଚ କିଆବତୀ ଗଣ୍ଡ ,ବରେଣ୍ୟ ଅତିଥି ଭାବେ ସେବା ନିବୃତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଗ୍ରସେନ ନାୟକ , ଏ ବି ଓ ଦେବେନ୍ଦ୍ର ବାଗ ,ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ମିଲନ୍ତି ଗଣ୍ଡ, ବୁର୍ଜା ସି ଆର ସି ସି ଆର ଧନୁର୍ଜୟ ରାଓ,ସେବା ନିବୃତ ପ୍ରଧାନ ଶିକ୍ଷକ ଗୋଲେଖ ବିଶ୍ଵାଳ,ସନୋଜ ମଣ୍ଡଳ,ପ୍ରଧାନ ଶିକ୍ଷକ ଶଙ୍କର ଗଣ୍ଡ,ଦୀପକ ବିଶ୍ଵାଳ,ବିଶ୍ଵଦେବ ନାୟକ,ସଦାନନ୍ଦ ମିର୍ଦ୍ଧା , ଘେନୁ ଶାନ୍ତା,ସନ୍ତୋଷ ବାରିକ,ପଞ୍ଚୁରାମ ଗଣ୍ଡ,ଗୋବର୍ଦ୍ଧନ ଭତ୍ରା,ଧନୀରାମ ଭତ୍ରା,ପିତାମ୍ବର ମାଳି,କୃଷ୍ଣ ଚନ୍ଦ୍ର ନାୟକ,ସୁନିଲ ପାଢ଼ି , ପୁନବ ଗଣ୍ଡ,ପୂର୍ବତନ ସରପଞ୍ଚ ପର୍ଶୁରାମ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ,ମୁଖ୍ୟ ବକ୍ତା ଭାବେ ଏସ ଆର ଜି ଧନେଶ୍ଵର ପୂହାଣ ଯୋଗ ଦେଇ ପିଲା ମାନଙ୍କୁ ସ୍ୱପ୍ନର ଓଡ଼ିଶା ସମ୍ପର୍କରେ ବହୁ ଉପାଦେୟ କଥା କହିଥିଲେ।ଉତ୍ସବରେ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗର ବିଭିନ୍ନ ବିଭାଗ ରେ ୧୫ଟି ବିଦ୍ୟାଳୟ ର ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଚଳିତ ବର୍ଷ ମୁଖ୍ୟ ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ବସ୍ତୁ ଥିଲା “ମୋ ସ୍ୱପ୍ନର ଓଡ଼ିଶା “।ଉତ୍ସବରେ ଚଳିତ ବର୍ଷ ଶ୍ରେଷ୍ଠ ଶିକ୍ଷୟତ୍ରୀ ଭାବେ ରଶ୍ମିତା ମିସ୍ତ୍ରୀ ଓ ଶ୍ରେଷ୍ଠ ଶିକ୍ଷୟ ଭାବେ କିରଣ କୁମାର ସାହୁଙ୍କ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ବିରସିଂ ପରଜା,ରାମଚନ୍ଦ୍ର ସାମଲ,ବିକ୍ରମ ସେଠୀ, ସୋରୁପ ସରକାର , ଦେବ ରଞ୍ଜନ ମଣ୍ଡଳ,ପ୍ରସନ୍ନଜିତ ମଣ୍ଡଳ,ସୁନିଲ ବିଶ୍ଵାଳ,ବିଶାରଦ ବିଶ୍ଵାଳ,ସନ୍ତୋଷ ପ୍ରଧାନ ,ସମାରୁ ଭାତ୍ରା,ଶିକ୍ଷୟତ୍ରୀ ଅଞ୍ଜନା ସରକାର, ସୁରେଖା ପ୍ରିୟଦର୍ଶିନୀ ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ସହକାରୀ ଶିକ୍ଷକ ସତ୍ୟ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.