ମାଲକାନଗିରି, ତା:-୧୬/୧୦ ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଧିରିମାଳ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ସୁରଭି କାର୍ଯ୍ୟକ୍ରମ ତଥା ଶିଶୁମହୋତ୍ସବ – ୨୦୨୫ ସି.ଆର.ସି.ସି. ଚିନ୍ହୟୀ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ଉଦଘାଟନ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମମତା ସୋୟ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ ସଜ୍ଜନ ଙ୍କ ଦ୍ୱାରା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯକ୍ରମ ଆରମ୍ଭ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୨୦ ଟି ଭିନ୍ନଭିନ୍ନ ପ୍ରତିଯୋଗିତା କରା ଯାଇଥିଲା । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥ୍ ଭାବରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଅଶ୍ୱିନୀ ମାଝୀ ସମ୍ମାନୀତ ଅତିଥି ଭାବରେ ସିନ୍ଧିରିମାଳ ପଞ୍ଚାୟତ ର ନାଏବ ସରପଞ୍ଚ ସୁମିତ୍ରା କବାସୀଙ୍କ ସହ ଅନ୍ୟାନ୍ୟ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଛାତ୍ରଛତ୍ରୀ ମାନଙ୍କୁ ୬୦ ଗୋଟି ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ବାସନ୍ତୀ ପଟଲା ସଭା ପରିଚାଳନା କରିବା ସହ ସଂଯୁକ୍ତା ହନ୍ତାଳ, ସୁମିତ୍ରା ଚର୍ଚ୍ଚି, ଅଭିରାମ ପଡିଆମୀ, ରଶ୍ମିତା ରାଉତ, ଜ୍ୟୋତିଝରା ପାତ୍ର, ସୁହାସ କରାଟି, ନିବେଦିତା ବେହେରା କୃଷ୍ଣପଦ ରଙ୍ଗ, ଶୁଭେନ୍ଦୁ ପରିଡା, ରବୀନ୍ଦ୍ର ମଣ୍ଡଳ, ଚିନାରାଣୀ ବଳବନ୍ତରାୟ, ପୁଷ୍ପା ରାଣୀ ବିଷୋୟୀ, ଯଇତା ସିଆ, ମନ ମାଡକାମୀ, ଉମେଶ ସଗରିଆ, ଦେବାଶିଷ ମହନ୍ତ, ସନ୍ଧ୍ୟାରାଣୀ ହନ୍ତାଳ, ତଥା ଅନ୍ୟ ମାନେ କାର୍ଯକ୍ରମକୁ ପରିଚାଳନା ତଥା ସହଯୋଗ କରିଥିଲେ ଓ ସଭା ଶେଷରେ ପ୍ରଧାନ ଶିକ୍ଷକ ସପନ କୁମାର ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.