ଓଡ଼ଗାଁ,୧୪।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ରାଷ୍ଟ୍ରୀୟ ମୋବାଇଲ୍ ମନିଟରିଙ୍ଗ୍ ସିଷ୍ଟମ୍ (ଏନ୍ଏମ୍ଏମ୍ଏସ୍) ଆପ ବ୍ୟବହାର ମାଧ୍ୟମରେ କିପରି ଇକେୱାଇସି ଦ୍ବାରା ଜବ୍ କାର୍ଡଧାରୀଣଙ୍କ ଉପସ୍ଥାନ ସଂଗ୍ରହ କରାଯିବ ସେ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜବକାର୍ଡ ସହିତ ଆଧାର ସଂଲଗ୍ନ କରାଇ ଜବକାର୍ଡଧାରିଙ୍କ ମୁହଁର ଫଟୋ ନିଆଯାଇ ଶ୍ରମଦାନ ସମୟରେ ଉପସ୍ଥାନ ନିଆଯିବ । ପ୍ରକଳ୍ପର କାର୍ଯ୍ୟ ଚାଲିଥିବା ବେଳେ ଜିଓ ଟାଗିଙ୍ଗ ସହିତ ଫେସ୍ ଅଥର୍ଣ୍ଣିକେସନ ହେଲେ ଜବ କାର୍ଡଧାରୀଙ୍କ ଜମାଖାତାକୁ ପାରିଶ୍ରମିକ ଅର୍ଥ ଆସି ଜମା ହେବ। ଏହି ପ୍ରକ୍ରିୟା ଚଳିତ ଅକ୍ଟୋବର ମାସ ପ୍ରଥମରୁ କାର୍ଯ୍ୟକାରୀ ହୋଇଥଲା ବେଳେ ଆସନ୍ତା ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଏହା ଓଡ଼ଗାଁ ବ୍ଳକରେ କଡ଼ାକଡ଼ି ଭାବେ ଲାଗୁ ହେବାକୁ ଯାଉଛି । ଓଡ଼ଗାଁ ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବିଭୂ ପ୍ରସାଦ ସାଥୁଆ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୧୫୦ରୁ ଉର୍ଦ୍ଧ୍ବ ଗାଁ ସାଥି ଅଥବା ମେଟ୍ ମାନଙ୍କୁ ଏସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.