ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ପାଳିତ, ପୋଷଣଯୁକ୍ତ ଘରୋଇ ଖାଦ୍ୟର ପସରା ପ୍ରଦର୍ଶିତ

4

ଓଡ଼ଗାଁ,୧୪।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ବ୍ଳକ୍ ପରିସରରେ ଥିବା ମିଶନ ଶକ୍ତି ଗୃହରେ ମଙ୍ଗଳବାର ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ପାଳିତ ହୋଇଯାଇଛି। ସେପ୍ଟେମ୍ବର ମାସ ୧୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୭ ପର୍ଯ୍ୟନ୍ତ ପୋଷଣ ମାସ ପାଳିତ ହୋଇଥାଏ । ଗୋଟିଏ ପାର୍ଶ୍ୱରେ ଅଙ୍ଗନବାଡ଼ି ୱାର୍କରଙ୍କ ଦ୍ବାରା ଘରୋଇ ଭାବରେ ପୋଷଣଯୁକ୍ତ ପ୍ରସ୍ତୁତ ଖାଦ୍ୟର ପସରା ପ୍ରଦର୍ଶିତ ହୋଇଥିବା ବେଳେ ଅନ୍ୟ ପକ୍ଷରେ ଏହି ବିଷୟକୁ କେନ୍ଦ୍ର କରି ୧୦ ରୁ ୧୯ ବର୍ଷ ବୟସର କିଶୋରୀ ବାଳିକା ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ରଚନା, ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କମ୍ ଓଜନର ମା’ ଏବଂ ଶିଶୁର ଯତ୍ନ, ଯଙ୍କ ଫୁଡ୍ ଇତ୍ୟାଦି ବାହାର ଖାଦ୍ୟ ନଖାଇ ଘରେ ପ୍ରସ୍ତୁତ ସୁସ୍ବାଦୁ ଖାଦ୍ୟ ଖାଇଲେ ଗର୍ଭବତୀ, ପ୍ରସୂତି, କିଶୋରୀ ବାଳିକାମାନଙ୍କର ସ୍ବାସ୍ଥ୍ୟ ଭଲ ରହିବ ବୋଲି ବ୍ଳକ ସମନ୍ବିତ ଶିଶୁ ବିକାଶ ଅଧିକାରୀ ଲହଡ଼ିମାଳା ପ୍ରଧାନ ଏବଂ ସାମାଜିକ ଶିକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।

Leave A Reply

Your email address will not be published.