କେନ୍ଦୁଝର ଜିଲ୍ଲା ସମିତି ସଭ୍ୟ/ସଭ୍ୟା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଗଲା।

4

କେନ୍ଦୁଝର,ତା୧୪/୧୦(ଦିଲ୍ଲୀପ ସାହୁ)- ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ସମସ୍ତ ନିର୍ବାଚିତ ସମିତି ସଭ୍ୟ ସଭ୍ୟାମାନେ ନିଜ ସଙ୍ଘ ବ୍ୟାନରରେ ଏକାଠି ହୋଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଦେଇଥିଲେ। ଜିଲ୍ଲା ତଥା ଅଂଚଳର ପ୍ରଗତି ଉନ୍ନତି ଲାଗି ସେମାନେ ସବୁବେଳେ ପ୍ରୟାସ କରୁଛନ୍ତି ତେବେ ଏହାକୁ ଆହୁରି ତ୍ୱରାନ୍ୱିତ କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କେତେକ ଦାବି କଥା ଉଠାଇ ତୁରନ୍ତ ପୂରଣ ଲାଗି ଦାବି କରିଛନ୍ତି। ଉକ୍ତ ଦାବି ଗୁଡିକ ହେଲା ୧- ଜିଲ୍ଲାର ମୁଖ୍ୟାଳୟରେ ଏକ ପଂଚାୟତ ଅତିଥି ଭବନ ନିର୍ମାଣ କରିବା,୨- ସମସ୍ତ ସମିତି ସଭ୍ୟ ସଭ୍ୟାଙ୍କ ମାସିକ ବକେୟା ସିଟିଙ୍ଗ ଆଲାଉନ୍ସ ପ୍ରଦାନ କରିବା, ୩- ପଂଚାୟତ ସମିତିର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସଭ୍ୟ ସଭ୍ୟାଙ୍କୁ ସାମିଲ କରିବା,୪-ନିୟମିତ ପଂଚାୟତ ସମିତି ବୈଠକ ଆୟୋଜନ କରିବା, ୫- ପ୍ରତି ପଂଚାୟତକୁ ୩୦ ପ୍ରତିଶତ ଡିଏମଏଫ ପାଣ୍ଠି ପ୍ରଦାନ ସହ ପ୍ରକଳ୍ପ ଚୟନ ଲାଗି ସଭ୍ୟ ସଭ୍ୟାଙ୍କୁ ଅଗ୍ରାଧିକାର,୬- “ବିକଶିତ ଗାଁ ବିକଶିତ ଓଡ଼ିଶା ” ପ୍ରକଳ୍ପ ଚୟନ ଓ କାର୍ଯ୍ୟକାରିତା ଲାଗି ସଭ୍ୟ ସଭ୍ୟାଙ୍କୁ ଅଗ୍ରାଧିକାର,୭- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ମଧ୍ୟରେ ଅକାଳ ବିୟୋଗ ହେଲେ ଡିଏମଏଫ ପାଣ୍ଠିରୁ ପରିବାରକୁ ଏକ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଦାବି ରହିଛି। ଆଜି କେନ୍ଦୁଝର ଜିଲ୍ଲା ସମିତି ସଭ୍ୟ/ସଭ୍ୟା ସଂଘର ସଭାପତି ବସନ୍ତ କୁମାର ସାହୁ, ଉପସଭାପତି ଯଦୁମଣି ନାଏକ, ସମ୍ପାଦକ ବିରଞ୍ଚିନାରାୟଣ ବେହେରା, ବରିଷ୍ଠ ସଦସ୍ୟ ମାନସ ଦେହୁରୀ,କିରଣବାଳା ନାୟକ, ବୁଲୁ ପଟ୍ଟନାୟକ ଆଦିଙ୍କ ଉପସ୍ଥିତିରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.