ଉତ୍କଳ ଗୈାରବ ମଧୁସୂଦନଙ୍କ  ତିରୋଧାନ ଦିବସ ପାଳିତ ।

0

ଯାଜପୁର : ଉତ୍କଳ  ଗୈାରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଚ୍ଥି । ଜିଲ୍ଲା  ପ୍ରଶାସନ ପକ୍ଷରୁ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ମଧୁବାବୁ ଓ ଅନ୍ୟାନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।  ଏଥିରେ ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ମାଲ୍ୟାର୍ପଣ କରି ଓଡିଆ ଭାଷା, ଓଡିଆ ଜାତି ପାଇଁ ମଧୁ ବାବୁଙ୍କ ଦାନ ଅତୁଳନୀୟ ବୋଲି କହିଥିଲେ ।  ଜଣେ ସ୍ୱାଭିମାନୀ ଓଡିଆ ଭାବେ ମଧୁବାବୁଙ୍କ ପରିଚୟ ସର୍ବଜନ ବିଦିତ ।  ତାଙ୍କ ଆଦର୍ଶ ଓ ପ୍ରେରଣା ସମଗ୍ର ଓଡିଆଙ୍କର ଧେୟ ହେଉ ବୋଲି ସେ କହିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଯୋଗ ଗୁରୁ ମନ୍ମଥ ସାମଲ, ଗୋପିନାଥ ସେଠୀ, ବରିଷ୍ଠ  ସାମ୍ୱାଦିକ ଆନନ୍ଦ ଚନ୍ଦ୍ର ସାହୁ, ସମାଜ ସେବୀ ନିଶିଥ୍ ଦାସ, ରବିନ୍ଦ୍ର ମହାରଣା, କୁନା ତ୍ରିପାଠୀ, ଶରତ ଚନ୍ଦ୍ର ମହାପାତ୍ର, ସରୋଜ ଜେନା, ଅଜୟ ସାମଲ, ସୁରେନ୍ଦ୍ର ମିଶ୍ର, ସୁଶାନ୍ତ ଗୋଚ୍ଚ୍ଥାୟତ ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave A Reply

Your email address will not be published.