ପୂରାତନ ଛାତ୍ର ସଂସଦ ପକ୍ଷରୁ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଦ୍ଵିତୀୟ ସର୍ବପୁରାତନ ମହାବିଦ୍ୟାଳୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠିତ ପୂରାତନ ଛାତ୍ର ସଂସଦ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଥିବା ସଂସଦର ଅତିଥି ଭବନ ଠାରେ ଶତାୟୁ ଅନୁଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସଂସଦର ସଭାପତି ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କୁ କର୍ମକ୍ଷେତ୍ରରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା ବେଳେ ନୂତନ ଅଧ୍ୟକ୍ଷ ତଥା ସଂସଦର ସଭାପତି ରାଧାକାନ୍ତ ଭୂୟାଁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ପୂରାତନ ଛାତ୍ର ସଂସଦ।
ସଂସଦର କାର୍ଯ୍ୟକାରୀ ସଭାପତି ନୃସିଂହ ଚରଣ ପଟ୍ଟନାୟକ ଓ ସମ୍ପାଦକ ଆଦର୍ଶ ଦାସ ମଞ୍ଚାସୀନ ଥିଲେ। ବିଦାୟୀ ଅଧ୍ୟକ୍ଷ ନିଜ ଚାକିରୀ ଜୀବନ ରେ ଦୀର୍ଘ ଦୁଇ ଦଶନ୍ଧି କାଳ ଐତିହ୍ୟ ପୀଠ ପାରଳା ସହରରେ ବିତାଇଥିବାରୁ ନିଜର ଅନେକ ସ୍ମୁତି କୁ ମନେ ପକାଇଥିଲେ।
ସେହିପରି ସେ ଏକାଧାରାରେ ଜଣେ ଶିକ୍ଷାବିତ , ଗବେଷକ ଓ ସଙ୍ଗୀତ ଶିଳ୍ପୀ ହୋଇଥିବାରୁ ତାଙ୍କ ଅବସର ପରବର୍ତ୍ତୀ ଜୀବନୀ ମଧ୍ୟ ପାରଳା ସସ୍କୃତି ସହ ଜଡ଼ିତ ରଖିବାକୁ ବକ୍ତା ମାନେ ଅନୁରୋଧ କରିଥିଲେ। ସେହିପରି ନୂତନ ଭାବେ ଅଧ୍ୟକ୍ଷ ପଦ ତଥା ସଂସଦର ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରିଥିବା ରାଧାକାନ୍ତ ଭୂୟାଁ ସ୍ଥାନୀୟ ଜନ୍ମିତ ବ୍ୟକ୍ତି ଓ ଏହି ମହାବିଦ୍ୟାଳୟର ଜଣେ ପ୍ରାକ୍ତନ ଛାତ୍ର ତେଣୁ ସଂସଦ ଓ ମହାବିଦ୍ୟାଳୟ ମଧ୍ୟରେ ସଂପର୍କ ଅଧିକ ଦୃଢ଼ ହେବ ବୋଲି ମତ ପ୍ରକାଶ ପାଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଆଶାଲତା ପାଣିଗ୍ରାହୀ , ହୀରାଚାନ୍ଦ ପଟ୍ଟନାୟକ , ରୂପେଶ ସାହୁ , ଜଗନ୍ନାଥ ମହାପାତ୍ର , ଭାଗବତ ପାଢ଼ୀ , ଶକ୍ତି ପାଢ଼ୀ , ଶ୍ବେତା ପଟ୍ଟନାୟକ , ସୌମ୍ୟ ନାୟକ , କୃପା ପାଳ , ଗଜେନ୍ଦ୍ର ନାଥ ପଣ୍ଡା , ଅଜିତ ପଟ୍ଟନାୟକ , ସୁଶାନ୍ତ ମହାପାତ୍ର , ସୁଶୀଲ ପାଣିଗ୍ରାହୀ , ସୂର୍ଯ୍ୟନାରାୟଣ ପଟ୍ଟନାୟକ , ରାଜେଶ୍ ପାତ୍ର ସଂସଦର କାର୍ଯ୍ୟକାରୀ ସଦସ୍ୟଙ୍କ ସମେତ ଅନେକ ପୂରାତନ ଛାତ୍ର ଛାତ୍ରୀ ଯୋଗ ଦେଇ ଅନେକ ସ୍ମୁତି ଓ ଅନୁଭୂତି ପ୍ରକାଶ କରିବା ସହ ଉଭୟ ଅଧ୍ୟକ୍ଷ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Leave A Reply

Your email address will not be published.