ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ- ମାଲକାନଗିରି ସଦର ମହକୁମା ଡି.ଏନ୍.କେ. ଖେଳ ପଡିଆ ଠାରେ ରାଜେନ୍ଦ୍ର ହିଆଲ ମେମରିଆଲ ଅନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛିା ଏହି ଉଦ୍ଘାଟନୀ ଉତ୍ସବରେ ମାଲକାନଗିରି ଏସ.ପି. ସଚିନ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୋର୍ଣାମେଂଟର ଶୁଭାରମ୍ଭ କରିଥିଲୋ ଏହି ଟୋର୍ଣାମେଂଟରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ଆଜିର ପ୍ରଥମ ଦିନରେ ଜୟପୁର ସହ ମାଲକାନଗିରି ପୋଲିସ ଟିମ୍ ର ପ୍ରଥମ ଖେଳ ଅନୁଷ୍ଠିତ ହୋଇଥିଲ।। ଏହି ପ୍ରଥମ ଦିନର ଫୁଟବଲ ଟୋର୍ଣାମେଂଟରେ ୫-୩ ଗୋଲରେ ଜୟପୁର ବିଜୟୀ ହୋଇଥିଲ।। ଆସନ୍ତା ୨୨ ତାରିଖ ଦିନ ଏହି ଖେଳର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବା ରାଜେନ୍ଦ୍ର ହିଆଲ ଫୁଟବୋଲ ସ୍ପୋଟିଙ୍ଗ କ୍ଲବ ତରଫରୁ ଅନୁଷ୍ଠିତ ହେଉଥିବା ଏହି ଟୋର୍ଣାମେଂଟରେ ଅନ୍ୟମାନଙ୍କ ମଧ୍ୟରେ ସ୍ପୋଟିଙ୍ଗ କ୍ଲବର ସଭାପତି ମାନସ ମାଡକାମି, ଉପସଭାପତି ଜି. ଶ୍ରୀନିବାସ ରାଓ, ସମ୍ପାଦକ ସନ୍ତୋଷ ନାଗ, ନାଥନ ବାଲା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କ୍ଲବର ସମସ୍ତ ସଦସ୍ୟ ମାନେ ଟୁର୍ଣ୍ଣାମେଣ୍ଟର ପରିଚାଳନା ଓ ସହ ଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post