ଜିଲ୍ଲା ସ୍ତରୀୟ ଅଣ୍ଡର – ୧୯ ଫୁଟବଲ ଟୁର୍ଣ୍ଣାମେଣ୍ଟ , ନାଗମୁଣ୍ଡୁଳୀ ଚମ୍ପିୟାନ

3

ରଘୁନାଥ ଆଥଲେଟିକ ଆସୋସିଏସନ୍ ଓଡ଼ଗାଁ

ଓଡ଼ଗାଁ,୧୨।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ଅଣ୍ଡର -୧୯ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ନାଗମୁଣ୍ଡୁଳୀ ଚମ୍ପିୟାନ ହୋଇଥିବା ବେଳେ ଆୟୋଜକ ରଘୁନାଥ ଆଥଲେଟିକ ଆସୋସିଏସନ୍ (ଆରଏଏ)ରନର୍ସାପର ସନ୍ତୁଷ୍ଟ ହେବାକୁ ପଡ଼ିଲା। ରବିବାର ସକାଳେ ଦୁଇଟି ସେମିଫାଇନାଲ ମ୍ୟାଚରେ ଆରଏଏ,ଓଡ଼ଗାଁ ଏବଂ ମଣିଙ୍ଗ୍ କ୍ଳବ, ନୟାଗଡ଼ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଆରଏଏ ନୟାଗଡ଼ ମଣିଙ୍ଗ୍ କ୍ଳବକୁ ହରାଇ ୨-୧ ଗୋଲରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ନାଗମୁଣ୍ଡୁଳୀ ଏବଂ ରାଜପାଟଣା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ନାଗମୁଣ୍ଡୁଳୀ ପେନାଲଟି ମାଧ୍ୟମରେ ୨-୦ ଗୋଲରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲେ ।ଅପରାହ୍ନ ୩.୩୦ ମିନିଟ ସମୟରେ ଆରଏଏ, ଓଡ଼ଗାଁ ଏବଂ ନାଗମୁଣ୍ଡୁଳୀ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉଭୟ ଦଳର ସଙ୍ଘର୍ଷ ପୂର୍ଣ୍ଣ କ୍ରିଡ଼ାର ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ୍ ଦେଇନପାରିନଥିବା ବେଳେ ଦ୍ବିତୀୟାର୍ଦ୍ଧର ଶେଷ ପର୍ଯ୍ୟାୟରେ ନାଗମୁଣ୍ଡୁଳୀ ଦଳ ଆରଏଏ, ଓଡ଼ଗାଁକୁ ଗୋଟିଏ ଗୋଲ୍ ଦେବାରେ ସଫଳ ହୋଇ ଚମ୍ପିୟାନ ହୋଇଥିବା ବେଳେ ଆୟୋଜକ ଆରଏଏ, ଓଡ଼ଗାଁ ରନରସପରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଆଜିର ୩ ଟି ମ୍ୟାଚକୁ ରେଫରୀ ଅଶୋକ ମହାନ୍ତି ପରିଚାଳନା କରିଥିବା ବେଳେ ମ୍ୟାଚର ପରିଚାଳକ ରଘୁନାଥ ଆଥଲେଟିକ ଆସୋସିଏସନର ସମ୍ପାଦକ ଖେଳ ମଣିଷ ଦିବାକର ନାୟକ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର ଏବଂ ଗଣେଶ୍ୱର ସାହୁଙ୍କ ସହିତ ଆସୋସିଏସନ୍ ସହ ସମ୍ପାଦକ ସୁଶାନ୍ତ କୁମାର ପାତ୍ର, ଶାରୀରିକ ଶିକ୍ଷା ଶିକ୍ଷକ ପ୍ରଦୀପ କୁମାର ଦୋରା ପ୍ରମୁଖ ଖେଳାଳୀ ମାନଙ୍କୁ ରନର୍ସପ ଏବଂ ଚମ୍ପିୟାନ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ । ବିଶେଷତଃ ଦୀର୍ଘଦିନର ବ୍ୟବଧାନରେ ଓଡ଼ଗାଁରେ ପୁନର୍ବାର ଗୋଟିଏ ଫୁଟବଲ୍ ଟିମ୍ ଆରମ୍ଭକୁ ଅତିଥି ମାନେ ପ୍ରଶଂସା କରିଥିଲେ । ଆଜିର ଫାଇନାଲ ମ୍ୟାଚକୁ ଉପୋଭୋଗ କରିବା ପାଇଁ ପ୍ରାୟ ୧ ହଜାର ଦର୍ଶକ ଜମା ହୋଇଥିବା ଦେଖାଯାଇଥିଲା ।

Leave A Reply

Your email address will not be published.