ପଦ୍ମପୁର :- ସ୍ଥାନୀୟ ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଠାରେ ଜୟନାରାୟଣ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ବରିଷ୍ଠ ସଭ୍ୟ ଶ୍ରୀ ରଘୁନାଥ ତ୍ରିପାଠୀ ଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ ପୂର୍ବକ ପଦ୍ମପୁର ବ୍ରାହ୍ମଣ ସମାଜ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଗତ ସାଧାରଣ ସଭା ପରେ ସ୍ଵର୍ଗାରୋହଣ କରିଥିବା ସଭ୍ୟ / ସଭ୍ୟା ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ସେମାନ ଙ୍କ ଆତ୍ମା ର ସଦଗତି ନିମନ୍ତେ ଦୁଈ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା.। ପରେ ଚଳିତ କାର୍ଯ୍ୟକାରିଣୀ ର କାର୍ଯ୍ୟ କାଳ ଶେଷ ହୋଇ ଯାଇଥିବାରୁ ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଅବସରପ୍ରାପ୍ତ ଜିଲ୍ଲା ଜଜ ରାମଚନ୍ଦ୍ର ତ୍ରିପାଠୀ, ବେଙ୍କ ଅଧିକାରୀ ଜିତେନ୍ଦ୍ରିୟନାଥ ଗୁରୁ ଓ ପ୍ରଧାନ ଶିକ୍ଷକ କମଳା କାନ୍ତ ପାଣିଗ୍ରାହୀ ଙ୍କୁ ନେଇ ଗଠିତ ଚୟନ କମିଟି ଙ୍କ ତତ୍ୱାବଧାନ ରେ ଶ୍ରୀ ଜୟନାରାୟଣ ତ୍ରିପାଠୀ ସଭାପତି, ଅଶୋକ କୁମାର ମିଶ୍ର ଉପସଭାପତି, ସଦାନନ୍ଦ ପୁରୋହିତ ସମ୍ପାଦକ, ବଳଦେବ ପାଣିଗ୍ରାହୀ ସହ ସମ୍ପାଦକ, ସୁରେଶ ମିଶ୍ର କୋଷଧ୍ୟକ୍ଷ ତଥା ଚନ୍ଦ୍ରଶେଖର ପୁରୋହିତ ଅଡିଟର ରୂପେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଶ୍ରୀ ଜିତେନ୍ଦ୍ରିୟ ଦାଶ, ହିମାଂଶୁ ତ୍ରିପାଠୀ, ମଧୁସୂଦନ ଦେବତା, ଜୟରାମ ମହାପାତ୍ର, ଉମେଶ ଚନ୍ଦ୍ର ଦାଶ ଓ ଜିତେନ୍ଦ୍ର ଦାଶ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇ ଥିଲେ.। ଶ୍ରୀ ଦିବ୍ୟ କିଶୋର ପଣ୍ଡା ସଭା କୁ ସଂଯୋଜନା କରିଥିଵା ବେଳେ ଶ୍ରୀ ସଦାନନ୍ଦ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରାହ୍ମଣ ସମାଜ, ଗାୟତ୍ରୀ ବାହିନୀ, କର୍ମ କାଣ୍ଡିୟ ବ୍ରାହ୍ମଣ ସମାଜ ର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।।
Sign in
Sign in
Recover your password.
A password will be e-mailed to you.