ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଆସନ୍ତା ଆକ୍ଟୋବର ମାସ ୧୯ ତାରିଖ ରବିବାର ଦିନ ଗାଙ୍ଗପୁର ଥାନାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ I ଏନେଇ ଆଜି ସନ୍ଧ୍ୟାରେ ଗାଙ୍ଗପୁର ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସୋରଡ଼ା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ,ଗାଙ୍ଗପୁର ଥାନା ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ,ଅଜୟ କୁମାର ମଲ୍କିକ, ଏଏସ୍ଆଇ ବି ୱାଇ ନାଇଡୁ,ଏଏସ୍ଆଇ ସୁଷମା ବେହେରା, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, କ୍ଷତ୍ରିୟବରପୁର ସରପଞ୍ଚ ପ୍ରତିନିଧି ମହନ୍ତ ରାମକୃଷ୍ଣ ଦାସ,ପାଇଲିପଡ଼ା ସରପଞ୍ଚ ପ୍ରତିନିଧି ଶିବରାମ ମହାରଣା, ସମିତିସଭ୍ୟ କେ ରବୀନ୍ଦ୍ର ପାତ୍ର, ଶାସନ ସରପଞ୍ଚ ପ୍ରତିନିଧି ସୀମାଞ୍ଚଳ ବିଷୋୟୀ, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ,କୁଲାଙ୍ଗୀ ସରପଞ୍ଚ ଗୋପୀନାଥ ମଲ୍ଲିକ, ଝରପାରି ସରପଞ୍ଚ ପ୍ରତିନିଧି ରଞ୍ଜିତ୍ ଭୂୟାଁ, ବାଙ୍ଗରଡା ସରପଞ୍ଚ ପ୍ରତିନିଧି ଚିତ୍ରସେନ ବିଶ୍ୱାଳ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ,ସଦାଶିବ ପାଣିଗ୍ରାହୀ, ପଞ୍ଚାନନ ସାହୁ, ଶିବରାମ ଚୌଧୂରୀ ଶିକ୍ଷକ ଶିଶିର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ I ବୈଠକରେ ରକ୍ତଦାନ ଶିବିରର ସୁପରିଚାଳନା ଏବଂ ଶିବିରରେ କିପରି ଅଧିକରୁ ଅଧିକ ରକ୍ତଦାତା ରକ୍ତଦାନ କରିପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା I ବିଶେଷ କରି କାର୍ଯ୍ୟକ୍ରମରେ ନୂତନ ଏବଂ ମହିଳା ରକ୍ତଦାତାଙ୍କ ସଂଖ୍ୟା ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା I ରକ୍ତଦାନ ଶିବିର ରବିବାର ସକାଳ ୯:୦୦ ଘଣ୍ଟାରେ ଆରମ୍ଭ କରାଯିବ ବୋଲି ନିଷ୍ପତି ନିଆଯାଇଛି I ବୈଠକରେ ଗାଙ୍ଗପୁର ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Next Post