ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣୁପୁର ସବ୍ଡିଭିଜନ ପଦ୍ମପୁର ବ୍ଲକ ଅନ୍ତର୍ଗତ ନାଇରା କ୍ଳଷ୍ଟର ସରକାରୀ ଅରବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାଇରା ଠାରେ ତା ୧୧/୧୦/୨୦୨୫ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ଚନ୍ଦ୍ର ସେନ ଲିମା ମୁଖ୍ୟ ଅଥିତି ଭାବେରେ ଯୋଗଦେଇଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସିମାଞ୍ଚଳ ବିଡ଼ିକା ସଭାପତି ଥିବାବେଳେ ଫକୀର କୁମାର ପଟ୍ଟନାୟକ ସାନମାନୀୟ ଅଥିତି ଭାବେ ମଞ୍ଚାସିନ ହୋଇଥିଲେ ଓ ପରିଚାଳକ ଭାବେ ଶ୍ରୀ ମାଝୀ ଶବର ( CRCC ) ସଭାର ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ଅଥିତି ଶ୍ରୀ ଲିମା ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ପ୍ରତି ବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ପ୍ରତିଭାର ଅନ୍ବେଷଣ ହେବା ସହ ଶିକ୍ଷାର୍ଥୀମାନଙ୍କର ଶୃଙ୍ଖଳାଜ୍ଞାନ ବୃଦ୍ଧି ହୋଇଥାଏ ବୋଲି ମତପୋଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ନାଇରା କ୍ଳଷ୍ଟର ଅନ୍ତର୍ଗତ ୯ ଗୋଟି ବିଦ୍ୟାଳୟର ପ୍ରାୟ ୨୦୦ ଛାତ୍ର ଛାତ୍ରୀ ଏବଂ ୨୫ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ। ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା କୁଇଜ, ପ୍ରବନ୍ଧଲିଖନ, ସୃଜନଶୀଳ ଲିଖନ, ଚିତ୍ରାଙ୍କନ, ବିତର୍କ, ବକୃତା, ସଙ୍ଗୀତ, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଶିକ୍ଷଣ ଉପକରଣ ଗୁଡ଼ିକୁ ପଦର୍ଶନୀ କରାଯାଇଥିଲା। ସମସ୍ତଙ୍କର ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଏହି ପ୍ରତିଯୋଗିତାରେ ଯେଉଁ ପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ଆଗାମୀ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ନାଇରା ସିଆରସି ଶ୍ରୀ ମଝିଶବର ସୂଚନା ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.