କେନ୍ଦୁଝର,ତା୧୦/୧୦- କେନ୍ଦୁଝର ପୋଲିସ ପକ୍ଷରୁ ଏକ ପ୍ରେସ ରିଲିଜରେ ୯ଜଣ ଦୁର୍ଦ୍ଦାନ୍ତ ସଶସ୍ତ୍ର ଡକାୟତଙ୍କୁ ଗିରଫ କରାଯାଇଥିବା ପ୍ରକାଶ କରାଯାଇଛି। ଜିଲ୍ଲା ଏସପି ନିତିନ କୁଶଳକର ଡାଗୁଡୁ ସୂଚନା ଦେଇଛନ୍ତି କି ଏହି ଅସାମାଜିକ ବ୍ୟକ୍ତିମାନେ ରାତିରେ ଅସ୍ତ୍ରଶସ୍ତ୍ର ସହ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ କେନ୍ଦୁଝର ଟାଉନ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡକାୟତି ଦମନ ଯୋଜନାରେ ଏମାନଙ୍କୁ ଗିରଫ କରାଯାଇଛି। ସାମ୍ୱାଦିକ ସମ୍ମିଳନୀରେ ଏହି ଡକାୟତଙ୍କୁ ଆଣି ପେଶ କରାଯାଇଥିଲା ଏମାନେ ଅନେକ ଅପରାଧରେ ସାମିଲ ଥିବା ଖବର ଆସିଛି। ଏମାନେ କେନ୍ଦୁଝର ସହର ଉପକଣ୍ଠ ନରଣପୁର ଘଡଘଡି ମନ୍ଦିର ପାଖ ଏକ ପରିତ୍ୟକ୍ତ ଘରେ ଡକାୟତି ଲାଗି ପ୍ରସ୍ତୁତ ହେଉଥିବା ଖବର ଗୁଇନ୍ଦା ସୂତ୍ରରୁ ପାଟ୍ରୋଲିଂ ପୋଲିସ ପାଇ ଚଢ଼ାଉ କଲା ବେଳେ ଅପରାଧୀ ମାନେ ଗୁଳି ଚାଳନା କରିଥିଲେ। ତେବେ ପୋଲିସ ପକ୍ଷରୁ କୌଶଳକ୍ରମେ ଏହି ଅପରାଧୀଙ୍କୁ ଜବାବ ଦିଆଯାଇ ଗିରଫ କରାଯାଇଛି। ଏହି ଡକାୟତ ମାନେ ହେଲେ (୧) ବିଶ୍ୱଜିତ ଗିରି(ଗଣେଶ) ୩୨,ପିତା-ସୁଶୀଲ ଚନ୍ଦ୍ର ଗିରି, ଛେଳିଆନାଳ, ଫଗୁ, ଥାନା- ଘାଗରବେଡ଼ା, ମୟୂରଭଞ୍ଜ(୨)ପ୍ରିୟଦର୍ଶିନ ପ୍ରଧାନ(୨୯), ପିତା- ଉପେନ୍ଦ୍ର ପ୍ରଧାନ,ନନ୍ଦପୁର, ବାରିଆ ଥାନା,କେନ୍ଦୁଝର,କାଶୀପୁର, ମାର୍ଫତ କାର୍ତ୍ତିକ ଦାସ, ଟାଉନ ପୋଲିସ, କେନ୍ଦୁଝର, (୩)ପର୍ଶୁରାମ ପ୍ରଧାନ(୫୫),ପିତା- ମାର୍କଣ୍ଡ ପ୍ରଧାନ, ଗୋବର ଗାଁ, ଜଗନ୍ନାଥପୁର, ଝାଡ଼ଖଣ୍ଡ,(୪)ନିର୍ମଳ ପ୍ରଧାନ(୪୦), ପିତା-ଧ୍ରୁବ ଚରଣ ପ୍ରଧାନ, ଦିପୁ ହାଟିଂ, ଯୋଡ଼ା, କେନ୍ଦୁଝର, (୫) ଶୁଭାଶିଷ ଗିରି(୨୭), ଉତ୍ତରପଶି,ରରୁଆଁ, ମୟୂରଭଞ୍ଜ,(୬) ରଂଜନ ପଲେଇ (୨୭),ପିତା- ଶରତ ପଲେଇ, ଠାକୁରାଣୀ, ବଡ଼ବିଲ,କେନ୍ଦୁଝର,(୭) ବିନୋଦ ମୁଣ୍ଡା (୩୨), ପିତା- ବିଟୁ ମୁଣ୍ଡା, କୁନ୍ଦୁରୁନାଲା, ଯୋଡ଼ା, କେନ୍ଦୁଝର,(୮)ରୋହିତ ନାଏକ (୨୧), ପିତା- ରାଜୁ ନାଏକ, ଜହିରା ହାଟିଂ, ଯୋଡ଼ା,କେନ୍ଦୁଝର,(୯)ମହମ୍ମଦ ଜିସାନ(୨୫), ପିତା- ମହମ୍ମଦ କାଲାମ, ମାଝି ହାଟିଂ, ଯୋଡ଼ା, କେନ୍ଦୁଝର। ଏମାନଙ୍କ ପାଖରୁ ୫ଟି ୭.୫୬ ଏମ.ଏମ. ପିସ୍ତଲ, ୭ଟି ୭.୫୬ ଏମଏମ ମାଗାଜିନ,୨୫ଟି ଜୀବନ୍ତ ଓ ୫ଟି ଫୁଟନ୍ତା ଗୁଳି ଉଦ୍ଧାର କରାଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.