ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସର ଖେଳ ପଡିଆରେ ଚାଲିଥିବା ରାଜ୍ୟ ସ୍ତରୀୟ ଚକରା ବିଷୋୟୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଅକ୍ଟୋବର ୧୦ ତାରିଖ ୨୦୨୫ ଶୁକ୍ରବାର ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହା ଭଞ୍ଜନଗର ନରେଶ ଏକାଦଶ ଓ ଆୟୋଜକ ଭଞ୍ଜନଗର ଫୁଟବଲ କ୍ଲବ ମଧ୍ୟରେ ହୋଇଥିଲା। ଏକ କଡ଼ା ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ଆୟୋଜକ ଭଞ୍ଜନଗର ଫୁଟବଲ କ୍ଲବ ୨-୧ ଗୋଲରେ ଚମ୍ପିୟାନ ହୋଇଥିଲା। ଭଞ୍ଜନଗର ଉପ ଜିଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଏବଂ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ. ଦୀପକ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଅବିନାଶ ମହାର, ସରପଞ୍ଚ ପ୍ରତିନିଧି ସୁବାଷ ବରାଡ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ। ଚମ୍ପିୟାନ ଦଳକୁ ୨୨,୨୨୨ ଟଙ୍କା ଓ ଟ୍ରଫି ଏବଂ ରନରସ ଅପ୍ ଟିମ୍ କୁ ୧୭,୭୭୭ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଆଜିର ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳୀ ନରେଶ ଏକାଦଶର ସୋରେନ୍, ଶ୍ରେଷ୍ଠ ଗୋଲକିପର ଆୟୋଜକ ଟିମ୍ ର ଭିକାରୀ ବିଷୋୟୀ, ଶ୍ରେଷ୍ଠ ଡିଫେନ୍ସ୍ ଖେଳାଳୀ ଆଶିଷ, ଶ୍ରେଷ୍ଠ ସ୍କୋରର ଗୋଧି ଏବଂ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କାର ଭିକିଙ୍କୁ ପ୍ରଦାନ କରାଯାଇଥିଲା । ମ୍ୟାଚ୍ ଗୁଡିକୁ ଜାତୀୟ ରେଫରି ସୁବ୍ରତ କୁମାର ପୁରୋହିତ, ରାଜ୍ୟ ସ୍ତରୀୟ ରେଫରୀ ପି ରମେଶ, ସଲିଲ କୁମାର ବେହେରା , ବାପୁନା ସିଂ,ବିଚିତ୍ର ଜେନା , ମ୍ୟାଚ୍ କମିଶନର ପି ଆନନ୍ଦ ରାଓ ପରିଚାଳନା କରିଥିଲେ। ପ୍ରଶାନ୍ତ ମହାନ୍ତି ଧାରା ବିବରଣୀ ପ୍ରଦାନ କରିଥିଲେ । ଖେଳକୁ ପରିଚାଳନା କରିବାରେ ବାପୁନା ମହାନ୍ତି, ଦିଲ୍ଲୀପ ମଲ୍ଲିକ, ଚିଦାନନ୍ଦ ସ୍ଵାଇଁ,ଦୀପକ ସେଠୀ, ନୃସିହଂ ନାଥ ପ୍ରଧାନ, ସୁଚିତ୍ର ଜେନା, ଦୀପାଞ୍ଜଳି ସାହୁ, ସ୍ମୃତିମୟୀ ମିଶ୍ର, ଭାର୍ଗବୀ ସ୍ଵାଇଁ, କ୍ରୀଷ୍ଠା ପରିଡା, ଜଗନ୍ ପୋଲେଇ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.