କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି |ମୁନିସିପାଲିଟି ଟାଉନ ହଲ ଠାରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ରଘୁରାମ ଆର ଆୟର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋରଞ୍ଜନ ରାଉତ,ପ୍ରାକ୍ତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି,ପୂର୍ବତନ ଅଧ୍ୟାପକ ଅଜୟ ସାମଲ ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା,ସରକାରୀ ସୁବିଧା ସୁଯୋଗ, ଆଇନ ବ୍ୟବସ୍ଥା ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ |ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା ଜିଲ୍ଲା ପ୍ରଶାସନ ତରଫରୁ ଯୋଗେଇଦିଆଯାଉଥିବା ସୁବିଧା ସୁଯୋଗ ଓ ବିଗତ ଦିନ ମାନଙ୍କରେ ଦିଆଯାଉଥିବା ସୁବିଧା ସମ୍ପର୍କରେ ମତ ରଖିଥିଲେ | ଭିନ୍ନକ୍ଷମ ବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ କୁମାର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ |ଯୋଗ ଗୁରୁ ସଞ୍ଜୟ କୁମାର ମଥାନଙ୍କ ନେତୃତ୍ୱରେ ନାଚଗୀତ ପରିବେଷଣ ହେଇଥିବା ବେଳେ ସଙ୍ଗୀତ ଗୁରୁ କଳାକାର ପଣ୍ଡାଙ୍କ ନେତୃତ୍ୱରେ ସଚେତନତାଧର୍ମୀ କାର୍ଯ୍ୟକ୍ରମ କରାଯାଇଥିଲା | ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ଏବଂ ୧୦ ଜଣ ବରିଷ୍ଠ ନାଗରିକଙ୍କୁ ପ୍ରଶାସନ ତରଫରୁ ସମ୍ବୋର୍ଦ୍ଧନ କରାଯାଇଥିଲା | ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଜିଲ୍ଲା, ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଏବଂ ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.