ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର , ପାରଳାଖେମୁଣ୍ଡି ଠାରେ ଉତ୍କଳ ଜନନୀଙ୍କର ସୁଯୋଗ୍ୟ ସନ୍ତାନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କର ପବିତ୍ର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ମୂରଲୀ ମୋହନ ପ୍ରଧାନ ଗୋପବନ୍ଧୁ ଦାସଙ୍କ ସମ୍ବନ୍ଧରେ ସମ୍ୟକ ଭାବେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଭାଇଭଉଣୀ ମାନେ ଗୋପବନ୍ଧୁଙ୍କ ଜୀବନ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଗୋପବନ୍ଧୁ ଙ୍କର ନୀତି ଆଦର୍ଶକୁ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ଶିଶୁ ମନ୍ଦିର ପକ୍ଷରୁ ସେବା ଦିବସ ଭାବେ ପାଳନ କରାଯାଇଥାଏ।
ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ତଥା ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post