ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ର ଗତ ଦୁଇ ତାରିଖର ଯେଉଁ ଲଗାଣ ବର୍ଷା ହେଲା ଗୁମ୍ମା ବ୍ଲକ ର ଅନେକ ଗ୍ରାମରେ କ୍ଷୟକ୍ଷତି ହୋଇଅଛି । ଅଧିକାଂଶ ତରଭା ପଞ୍ଚାୟତ ର ଆଶ୍ରୟାଗଡ଼ ର ଏକ ପୋଲ ପାଣିରେ ଧସିଗଲା ଏବଂ ସୁକେଇ ଗ୍ରାମରେ ଧାନ ମେସିନ କୁ ପାଣିରେ ଭାସିଗଲା ଓ ମାଡାଉଲ ଗ୍ରାମରେ ଅନେକ ଚାଷୀର ଫସଲ ନଷ୍ଟ ହୋଇଛି। ସେ ସବୁ ଗ୍ରାମ ବୁଲି ଦେଖିଲେ ପାରଳା ବିଧାୟକ ଇଁ ରୁପେଶ କୁମାର ପାଣିଗ୍ରାହୀ ଏବଂ ବିଧାୟକ ଙ୍କ ସହ ଗୁମ୍ମା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ତୁଲେମ ରାମ ମାରାଣ୍ଡି , ଗୁମ୍ମା ବ୍ଲକ ଅଧ୍ୟାକ୍ଷା ସୁନେମି ମଣ୍ଡଳ ,ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ , ଦୁଇ କନିଷ୍ଟ ଯନ୍ତ୍ରୀଙ୍କ ସହ ବିଧାୟକ କ୍ଷୟକ୍ଷତି ବୁଲି ସମୀକ୍ଷା କରିଲେ ଏବଂ ତୁମୁଳ ପଞ୍ଚାୟତ ର ତୁମଚାର , ଅରାଙ୍ଗୁଗୁଳ , ତବରସିଂ ଗ୍ରାମବାସୀ ବିଧାୟକ ଙ୍କୁ ନିଜଗ୍ରାମର ନେଇକି ନିଜ ଦୁଃଖ ଜଣାଇଲେ ଓ ଗ୍ରାମବାସୀ ଙ୍କ କହିବା ଅନୁଯାଇ ଆଜି ପର୍ଯ୍ୟନ୍ତ ଆମ ଗ୍ରାମମାନଙ୍କୁ କୌଣସି ବିଧାୟକ ବା ସାଂସଦ ଆସିନାହାନ୍ତି ପ୍ରଥମ ଆପଣ ବିଧାୟକ ଭାବେ ଆମ ଗ୍ରାମକୁ ଆସିଥିବାରୁ ଆପଣ ଙ୍କୁ ଧନ୍ୟବାଦ ଜଣାଇଲେ ଗ୍ରାମବାସୀ। ବିଧାୟକ ଗ୍ରାମବାସୀ ଙ୍କ ବିଭିନ୍ନ ସମସ୍ୟା ବୁଝିଲେ ଏବଂ ପ୍ରଥମେ ରାସ୍ତା କାମ ତୁରନ୍ତ କରିବା ପାଇଁ ପ୍ରତିଶୃତି ଦେଲେ ଓ ପୂର୍ତ୍ତ ବିଭାଗ ର କନିଷ୍ଠ ଯନ୍ତ୍ରୀ ଦିଲୀପ ବେହେରା ଙ୍କୁ ଯଥା ଶୀଘ୍ର ଏ ରାସ୍ତା କାମ କରିବାକୁ କହିଲେ।
Sign in
Sign in
Recover your password.
A password will be e-mailed to you.