ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ -୨୦୨୫ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଅଛି।
ଏହି ଅବସରରେ ସମସ୍ତ ବରିଷ୍ଠ ନାଗରିକ ମାନଙ୍କର ନାମ ପଞ୍ଜୀକରଣ କରାଯାଇ କାର୍ଯ୍ୟକ୍ରମରେ ଯୋଗଗୁରୁଙ୍କ ତତ୍ୱାବଧାନରେ ବରିଷ୍ଠ ନାଗରିକ ମାନେ ଯୋଗ କରିଥିଲେ ଓ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ମାଗଣା ସ୍ଵାସ୍ଥ୍ୟଶିବିରର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞ ଡ଼ାକ୍ତର ଯୋଗ ଦେଇଥିଲେ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ପରୀକ୍ଷା କରିବା ସଙ୍ଗେ ସଙ୍ଗେ ମାଗଣାରେ ଔଷଧ ବିତରଣ କରାଯାଇଥିଲା।
ଉକ୍ତ କାର୍ଯକ୍ରମରେ ସମୁଦାୟ ୧୭୭ ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିବା ବେଳେ ୮୭ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର କୁମାର ପଣ୍ଡା , ଆରକ୍ଷୀ ଅଧିକାରୀ , ଗଜପତି , ଡ଼ାକ୍ତର ଆନନ୍ଦ ସାମନ୍ତରାୟ , ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ,ଗଜପତି, ଶ୍ରୀଯୁକ୍ତ ହରିମୋହନ ପଟ୍ଟନାୟକ ସମ୍ପାଦକ, ବରିଷ୍ଠ ନାଗରିକ ମଞ୍ଚ , ପାରଳାଖେମୁଣ୍ଡି , ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା , ଉପଦେଷ୍ଟା , ଗ୍ରାମାଞ୍ଚଳ ଉନ୍ନତି ନିମନ୍ତେ ବରିଷ୍ଠ ନାଗରିକ ମଞ୍ଚ , ଗୁରାଣ୍ଡି , ଶ୍ରୀଯୁକ୍ତ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଉପଦେଷ୍ଟା , ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘ , ପାରଳାଖେମୁଣ୍ଡି , ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଶ୍ରୀଯୁକ୍ତ ଅନୁପ ପଣ୍ଡା , ଉପ ଜିଲ୍ଲାପାଳ , ପାରଳାଖେମୁଣ୍ଡି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମର ଆବାହକ ଶ୍ରୀଯୁକ୍ତ ଏଲ୍.ସନ୍ତୋଷ କୁମାର , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଗଜପତି ବିବରଣୀ ପଠନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫ ଜଣ ବ୍ୟକ୍ତି ବିଶେଷ ତଥା ଶ୍ରୀମତୀ ନିବେଦିତା ରଥ , ଶ୍ରୀମତି ଆଶାଲତା ପାଣିଗ୍ରାହୀ , ଶ୍ରୀ ଅଶ୍ଵିନୀ କୁମାର ପାଢୀ , ଶ୍ରୀ ପିନାକୀ ପ୍ରସାଦ ଜେନା ଓ ଶ୍ରୀ ଜଗଦୀଶ ଚନ୍ଦ୍ର ମହାପାତ୍ର ଙ୍କୁ ବରିଷ୍ଠ ନାଗରିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବାରୁ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପାରଳାଖେମୁଣ୍ଡି ପୌର ପରିଷଦର ବୟୋଜ୍ୟେଷ୍ଠ ବ୍ୟକ୍ତି ହିସାବରେ ଶ୍ରୀମତି ରାଧିକାମଣୀ ପଣ୍ଡା ଙ୍କୁ ଘରେ ସମ୍ମାନ ପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ସେହିପରି ମୋଟ ୧୦ ଜଣ ହିତାଧିକାରୀଙ୍କୁ ନୂଆ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା। ଏହା ପରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଥିବା ବିଭିନ୍ନ ଯୋଜନା ଗୁଡିକୁ ଏକ ସଚେତନତା ନାଟକ ମାଧ୍ୟମରେ ଶ୍ରୀ ଅମ୍ବିକା ନାଟ୍ୟ ସଂଘ , ଯୁବରାଜପୁର କଳାକାରମାନେ ପ୍ରଦର୍ଶନ କରିଥିଲେ।
ଶ୍ରୀ ସୁଭାଶିଷ ପତି , ସଂସ୍କୃତ ଶିକ୍ଷକ , ବଂଶଧର ଉଚ୍ଚ ବିଦ୍ୟାଳୟ , ଖାଣ୍ଡବା ମଞ୍ଚ ପରିଚାଳନା ଓ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରିଣୀ , ଆଶ୍ରା ଜରାଶ୍ରମର କର୍ମକର୍ତ୍ତା ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ବିଭାଗୀୟ କର୍ମଚାରୀ ୱାଇ.ଅନୁଶା , ରିଙ୍କୁ ମହାରଣା , ଶେଷଗିରି ବେହେରା , ଗୌରବ ରବିନ ରଇତ ଓ ସୁମନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.