ଆନ୍ତର୍ଜାତିୟ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

3

ଓଡ଼ଗାଁ,୧୦।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ମନସ୍ତତ୍ତ୍ୱ ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଆନ୍ତର୍ଜାତିକ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସ୍ମୃତିପର୍ଣ୍ଣା ଜେନା, ଶୁଭଶ୍ରୀ ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ପରୀକ୍ଷାଗାର ସହାୟକ ରୋଜାଲିନ୍ ପଣ୍ଡା ପ୍ରମୁଖଙ୍କ ସହିତ ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଦୀପ୍ତ ବିଶ୍ବାଳ, ଓଡ଼ିଆ ବିଭାଗ ମୁଖ୍ୟ ଚିତ୍ତରଞ୍ଜନ ଦାଶ, ନିରୂପମା ଦଳେଇ, ଶଶିକାନ୍ତ ସେଠୀ, ସୋହମ ପଣ୍ଡା, ବିପିନ ମହାପାତ୍ର ପ୍ରମୁଖ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ମନସ୍ତତ୍ତ୍ୱ ବିଭାଗର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ସମୟରେ ଶାରୀରିକ ସ୍ବାସ୍ଥ୍ୟ ଅପେକ୍ଷା ମାନସିକ ସ୍ଵାସ୍ଥ୍ୟର ଅଧିକ ଯତ୍ନ ନେବାର ଆବଶ୍ୟକତା ଦେଖାଦେଇଛି । କାରଣ ମାନସିକ ସ୍ଵାସ୍ଥ୍ୟ ସନ୍ତୁଳନ ରହିଲେ ଶାରୀରିକ ସ୍ବାସ୍ଥ୍ୟ ଅନେକାଂଶରେ ଠିକ୍ ରହିପାରିବ । କାର୍ଯ୍ୟକ୍ରମ ଅବସରରେ ବର୍ତ୍ତମାନ ସମୟର ପରିସ୍ଥିତିରେ ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସଚେତନତା ସୃଷ୍ଟି କରିବାର ଅଧିକ ଆବଶ୍ୟକତା ସମ୍ପର୍କରେ ମଞ୍ଚାସୀନ ଅତିଥି ମାନଙ୍କ ମତ ପ୍ରକାଶ ପାଇଥିଲା।

Leave A Reply

Your email address will not be published.