ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ: ଶନିବାର ଜିଲ୍ଲାସ୍ତରୀୟ ଅଣ୍ଡର -୧୯ ଫୁଟୁବଲ ଟୁର୍ଣ୍ଣାମେଣ୍ଟ

3

ଓଡ଼ଗାଁ,୧୦।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି କଲେଜ ରୋଡ଼ ମିନି ଷ୍ଟାଡିୟମ ପରିସରରେ ଶନିବାର ଠାରୁ ଆରମ୍ଭ ହେବ ଅଣ୍ଡର-୧୯ ଦୁଇ ଦିନିଆ ଫୁଟୁବଲ ଟୁର୍ଣ୍ଣାମେଣ୍ଟ । ରଘୁନାଥ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ତଥା ଖେଳ ମଣିଷ ଭାବେ ପରିଚିତ ଦିବାକର ନାଏକଙ୍କ ତତ୍ବାବଧାନରେ ସମସ୍ତ ମ୍ୟାଚ୍ ଗୁଡ଼ିକ ପରିଚାଳିତ ହେବାକୁ ରହିଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରୁ ୮ ଗୋଟି ଦଳ ଭାଗନେବା ପାଇଁ ସମ୍ମତି ଜଣାଇଛନ୍ତି । ଆୟୋଜକ ଟିମ୍ ଓଡ଼ଗାଁର ଆର ଏଏ ସହିତ ସୋରଡ଼ା କିଙ୍ଗସ୍ ଇଲେଭେନ ଏବଂ ମଣିଙ୍ଗ୍ କ୍ଳବ ନୟାଗଡ଼ ସହିତ ନେତାଜୀ କ୍ଳବ୍ ଗୈ।ଡପୁଟ ଦୁଇ କ୍ୱାର୍ଟର ଫାଇନାଲ ବିଜେତାଙ୍କ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ୧୧ ତାରିଖରେ ଏବଂ ଦ୍ବିତୀୟ ଦିନ କ୍ୱାର୍ଟର ଫାଇନାଲ ମ୍ୟାଚ୍ ପୋଲେଷ୍ଟାର ରାଜପାଟଣା ସହିତ ୟୋଥକ୍ଳବ ଖଣ୍ଡପଡ଼ା ଏବଂ ଲିଟିଲ୍ ଷ୍ଟାର ସ୍କୋର ଏକାଡେମୀ ଇଟାମାଟି ସହିତ ନାଗମୁଣ୍ଡୁଳୀ ହାଇସ୍କୁଲ ମଧ୍ୟରେ ଅନୁଷ୍ଠିତ ହେବ । ପ୍ରଥମ ଏବଂ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ବିଜେତାଙ୍କ ମଧ୍ୟରେ ୧୨ ତାରିଖ ଅପରାହ୍ନରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ତରଫରୁ ସୂଚନା ମିଳିଛି ।

Leave A Reply

Your email address will not be published.