ଓଡ଼ଗାଁ ବ୍ଳକ ସ୍ତରୀୟ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ

3

ଓଡ଼ଗାଁ,୧୦।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବୟସ୍କ ଦିବସ ଓଡ଼ଗାଁ ପଞ୍ଚାୟତ ସମିତି ସଭାଗୃହରେ ଶୁକ୍ରବାର ପାଳିତ ହୋଇଯାଇଛି । ବ୍ଳକ ପ୍ରଶାସନ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତ ତଥା ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଅଂଶଗ୍ରହଣ କରିଥିବା ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓଡଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ଓଡ଼ଗାଁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଓଡ଼ଗାଁ ଆଦର୍ଶ ଥାନା ସବଇନ୍ସପେକ୍ଟର ଏମ.ଡି ଜାଫୁରଲ୍ଲା ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସମାଜରେ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା, ସମସ୍ୟା ଓ ତା’ର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଓ ନିୟମାବଳୀ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ବର୍ତ୍ତମାନର ସମାଜରେ ବୟସ୍କ ବ୍ୟକ୍ତିମାନଙ୍କର ସହନଶିଳତା ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ସାକେରୀ ରାହାସ ବିଦ୍ୟାପୀଠ ଦଶମ ଶ୍ରେଣୀ ଛାତ୍ରୀ ସୋନାଲୀ ପ୍ରଧାନ (ପ୍ରଥମ), ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଡ଼ଗାଁର ୯ମ ଶ୍ରେଣୀ ଛାତ୍ରୀ ଶ୍ରୀମୟୀ ସ୍ବେତପର୍ଣ୍ଣା ସାହୁ(ଦ୍ବିତୀୟ) ଏବଂ ଶରଣକୁଳ ବାଳିକା ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ଜିଲିପ୍ସା ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ସରପଞ୍ଚ ସସ୍ମିତା ପାତ୍ର ବରିଷ୍ଠ ନାଗରିକ ଏବଂ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ୱିନୀ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Leave A Reply

Your email address will not be published.