ଭାରତୀୟ ଜନତା ପାର୍ଟିର ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

3

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ଭାରତୀୟ ଜନତା ପାର୍ଟିର ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ର ଗୁଣୁପୁର ନଗର ମଣ୍ଡଳ କର୍ମଶାଳା ଗୁଣୁପୁର ପୂର୍ତ୍ତ ଡ଼ାକବଙ୍ଗଳା ଠାରେ ଗୁଣପୁର ମଣ୍ଡଳ ସଂଯୋଜକ ଶ୍ରୀନିବାସ ସ୍ୱାଇଁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟ ଭକ୍ତା ଭାବେ ଜିଲ୍ଲା ସଂଯୋଜକ ୱାଇ.ଗଣପତି ଯୋଗ ଦେଇଥିଲେ । ମଣ୍ଡଳ ସ୍ତରୀୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ରେ ମାନ୍ୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଲୋକାଲ ଫର୍ ଭୋକାଲ କୁ ପ୍ରାଧାନ୍ୟ ଦେଇ ଆମ ଅଞ୍ଚଳର ବସ୍ତୁ ବା ଉତ୍ପନ୍ନ ହେଉଥିବା ପଦାର୍ଥ ଆମେ ବ୍ୟବହାର କରିବା ଏବଂ ଅନ୍ୟ ମାନଙ୍କୁ ବ୍ୟବହାର କରିବା ପାଇଁ କହିବା। ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ବିଭିନ୍ନ ପ୍ରକାର ଜନ ହିତକାରୀ ଯୋଜନା ଗୁଡିକ କି ପରି ଉପଯୁକ୍ତ ହିତାଧିକାରୀ ଙ୍କ ପାଖରେ ପହଞ୍ଚିବ ତା ଉପରେ ପ୍ରାଧାନ୍ୟ ଦେବା ପାଇଁ ଶ୍ରୀ ଗଣପତି ଉପସ୍ଥିତି କାର୍ଯ୍ୟକର୍ତ୍ତା ଙ୍କୁ ବୁଝାଇ ଥିଲେ । ଏଥିରେ ଉପସ୍ଥିତ ଥିଲେ ଜିଲ୍ଲା ସହ ସଂଯୋଜକ ମନୋଜ କୁମାର ପାଣିଗ୍ରାହୀ,ମଣ୍ଡଳ ସହ ସଂଯୋଜକ କିରଣ କୁମାର ପାଣିଗ୍ରାହୀ,ଗଙ୍ଗନ ବିହାରୀ ପାତ୍ର.ବରିଷ୍ଠ କାର୍ଯକର୍ତ୍ତା ଭଗବାନ ଚୌଧୁରୀ, ଲଷ୍ମୀ ନାରାୟଣ ପାଢୀ,ନୀଳକଣ୍ଠ ମହାପାତ୍ର,ଜଗଦିଶ ପାତ୍ର,ଗୋପାଳ କୃଷ୍ଣ ଦେବ ପାତ୍ର, ଯୁବ ନେତା ଅମର କୁମାର ସାହୁ, ପୃଥ୍ୱୀବିରାଜ ପାଢ଼ୀ, ପ୍ରଦୀପ କୁମାର ପାଢ଼ୀ (ଓକିଲ), ସଂଗ୍ରାମ ସାହୁ, ପ୍ରଶାନ୍ତ କୁମାର ସାହୁକାର, ସତ୍ୟ ସୁନ୍ଦର କର,ମୁଖି ଦିବାକର, ଲାଡି ଭେଙ୍କଟ ରାଓ, ଇଶ୍ୱର ଗମାଙ୍ଗ, ସନ୍ତୋଷ କୁମାର ପାଣିଗ୍ରାହୀ, ପ୍ରଦୀପ କୁମାର ପାଢୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ।

Leave A Reply

Your email address will not be published.