ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ୍ କୁଞ୍ଜକୋଠି ପଞ୍ଚାୟତ ଅନ୍ତର୍ଗତ କନାଗୁଳି ଠାରେ ନିଳକଣ୍ଠେଶ୍ବର ବଜାର କମିଟି ଆନୁକୂଲ୍ୟରେ ଆୟୋଜିତ ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସାଂସ୍କୃତିକ ସଭାରେ ତପନ ଗଛାୟତ ସଭାପତିତ୍ୱ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଏରସମା ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା, ବାଲିକୁଦା ଏରସମା ବିଜେପି ନେତା ସତ୍ୟ ସାରଥୀ ମହାନ୍ତି ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ପଞ୍ଚାୟତ ଅଞ୍ଚଳର ରାସନ୍ କାର୍ଡ ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରି ତାଙ୍କ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ସାସ୍କୃତିକ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧରେ ଚିତ୍ତ ରଞ୍ଜନ କଂସ, ଜଗତସିଂହପୁର ସାଂସଦ ପ୍ରତିନିଧି ଜଟାଧାରୀ ସ୍ୱାଇଁ, ନୃସିଂହ ସାହୁ, ନିର୍ଲିପ୍ତ ଜେନା, ନାରୀ ନେତ୍ରୀ ରାଜଶ୍ରୀ ପଟ୍ଟନାୟକ, ଅମିତା ଦାସ ଏବଂ ବରିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ସଭା ପରେ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।