ଏରସମାରେ ବିଜୁ ଜନତା ଦଳର ପଦଯାତ୍ରା, ଶତାଧିକ କର୍ମୀଙ୍କ ଯୋଗଦାନ

3

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ବାଲିକୁଦା ଏରସମା ବିଜୁ ଜନତା ଦଳ ପକ୍ଷରୁ ଏରସମା ଠାରେ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି । ଅକ୍ଟୋବର ୯ ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବିଜୁ ଜନତା ଦଳର ପଦଯାତ୍ରା କ୍ରମରେ, ଗୁରୁବାର ଶତାଧିକ ବିଜେଡି କର୍ମୀମାନେ ଏକାଠି ହୋଇ ଏରସମା ଜଗନ୍ନାଥ ମନ୍ଦିରରୁ ପଦଯାତ୍ରାରେ ବାହାରିଥିଲେ । ଏରସମା ବଜାର ଅଞ୍ଚଳ ପରିକ୍ରମା କରିବା ପରେ ଏରସମା ବଜାର ସ୍ଥିତ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ବସ୍ ଷ୍ଟାଣ୍ଡ ନିକଟରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ପଥପ୍ରାନ୍ତ ସଭାରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ, ବିଗତ ୨୪ ବର୍ଷରେ ଓଡିଶାରେ ବିଜୁ ଜନତା ଦଳର ସୁଶାସନ ଚାଲିଥିଲା ବେଳେ, ବର୍ତ୍ତମାନ ବିଜେପି ସରକାରରେ ମହିଳାମାନେ ଅସୁରକ୍ଷିତା ହୋଇପଡିଛନ୍ତି ବୋଲି କହିଛନ୍ତି । ତେବେ ସୁଭଦ୍ରା ଯୋଜନା, ଓ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଭଳି ଅନେକ ପ୍ରତିଶ୍ରୁତିକୁ ପାଳନ କରିବାରେ ବିଜେପି ସରକାର ବିଫଳ ହୋଇଛି ବୋଲି କହି ଗଭୀର ସମାଲୋଚନା କରିଥିଲେ । ଏହି ପଥପ୍ରାନ୍ତ ସଭାରେ ବିଜୟ କୁମାର ସ୍ଵାଇଁ ସଭାପତିତ୍ୱରେ ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଉପାଧ୍ୟକ୍ଷ ବିକାଶ ପରିଡା, ଜିଲା ପରିଷଦ ସଭ୍ୟା ରାଣୀ ଟୁଡୁ, ପ୍ରଣବ କୁମାର ସ୍ଵାଇଁ, ଜଟାଧାରୀ ଦାସ, ଡଲି ପଣ୍ଡା, ରୁନିଲତା ବେହେରା, ତଟୀନା ସ୍ୱାଇଁ, ଯୁବନେତା ପାର୍ଥସାରଥୀ ରାଉତ, ଦିପ୍ତି ରଞ୍ଜନ କୁଅଁର, ଗୋଡ଼ା ସରପଞ୍ଚ ବିଶ୍ଵକଲ୍ୟାଣୀ ନାୟକ, ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ପୋଖରିଆପଡା ସମିତି ସଭ୍ୟା ସ୍ଵର୍ଣ୍ଣଲତା ସେନାପତି, ନାରଦିଆର ପୂର୍ବତନ ସରପଞ୍ଚ ଶିଶିର କୁମାର ବିଶ୍ୱାଳ, ମହେନ୍ଦ୍ର କୁମାର ସେନାପତି, ଦେବେନ୍ଦ୍ର କୁମାର ବିଶ୍ୱାଳ, ମହେଶ୍ୱର ସ୍ୱାଇଁ ପ୍ରମୁଖଙ୍କ ସହିତ ଶତାଧିକ କର୍ମୀ ମାନେ ଯୋଗଦେଇଥିଲେ । ଶେଷରେ ବିଷ୍ଣୁ ଚରଣ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.