ପ୍ରଧାନମନ୍ତ୍ରୀ ଫସଲ ବୀମାଯୋଜନାରେ ” ମୋ ଫସଲ ବୀମା ପଲିସୀ ମୋହାତ ରେ ” କାର୍ଯ୍ୟକ୍ରମ ଉଦଘାଟିତ

3

ଜଗତସିଂହପୁର,ତା-୦୯.୧୦.୨୦୨୫/ସୁମନ୍ତ କୁମାର ଦାସ:ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଋଣୀ ଚାଷୀ ଭଲ ମାନଙ୍କ ବୀମା ରସିଦ ବିତର କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲା ବାଲିକୁଦା କଟକ ସମବାୟ ବ୍ୟାଙ୍କ ସଭାଗୃହ ରେ ଅନୁଷ୍ଠିତ ହୋଇ ଯାଇଛି। ରିଲିଆନ୍ସ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ଦ୍ୱାରା ଆୟୋଜିତ ଉତ୍ସବରେ ଜିଲ୍ଲା ସମବାୟ ନିର୍ଦେଶକ ପ୍ରଭାତ ଚନ୍ଦ୍ର ଶତପଥୀ, ଉପ ନିଦେଶକ ରଶ୍ମିତା ଦାସ, ବରିଷ୍ଠ ଅଧିକାରୀ ରାଖାଲ ସେଠୀ,, ସମବାୟ ବ୍ୟାଙ୍କ ମ୍ୟାନେଜେର କମଳାକାନ୍ତ ମହାନ୍ତି,ଫସଲ ବୀମା ର ସୁବିଧା ସୁଯୋଗ ବିଷୟରେ ସଚେତନତା କରିଥିଲେ। ବିଶେଷ କରି ଗତ ବର୍ଷ ଡିସେମ୍ବର ମାସ ର ଅଦିନିଆ ବର୍ଷା ରେ ହୋଇ ଥିବା କ୍ଷେୟ କ୍ଷେତି ବାବଦ ରେ ଜଗତସିଂହପୁର ଜିଲ୍ଲା ରେ ନିଦ୍ଧାରିତ ସମୟ ସୀମା ମଧ୍ୟରେ ସୂଚନା ଦେଇଥିବା 24 ହଜାର ଚାଷୀ ଙ୍କୁ 4 କୋଟି 19 ଲକ୍ଷ ଟଙ୍କା କ୍ଷେୟ କ୍ଷତି ପୂରଣ ବାବଦ ରେ ପ୍ରଦାନ କରାଯାଇ ଥି ବା ନେଇ ସୂଚନା ଦେଇଥିଲେ। ଫସଲ ବୀମା ପଞ୍ଜିକରଣ କରିଥିବା ସମସ୍ତ ଋଣୀ ଚାଷୀ ଭାଇ ମାନଙ୍କ ପାଇଁ ଏହିଭଳି ରସିଦ, ସଚେତନତା ଅତ୍ୟନ୍ତ ଉପାଦେୟ ହେବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜକ ରେ ବ୍ଲକ ସଂଯୋଜକ ସୌମ୍ୟ ରଞ୍ଜନ ନିହାଣ,ସହଯୋଭ କରିଥିଲେ

Leave A Reply

Your email address will not be published.