ମାଲକାନଗିରି : କୋରକୁଣ୍ଡା ବ୍ଳକ ଚିତା ପାରି -୩ ଗ୍ରାମପଞ୍ଚାୟତ ଅଧୀନସ୍ତ ଏମ ଭି ୧୦୪ ଗ୍ରାମଠାରୁ ଏମଭି ୧୦୯ ଗ୍ରାମକୁ ସଂଯୋଗ କରୁଛି ଉକ୍ତ ରାସ୍ତାଟି ଆଜକୁ ପ୍ରାୟ ୭/୮ ବର୍ଷ ତଳେ ମେଟାଲ ଓ ମୋରମ ପଡ଼ି ନିର୍ମାଣ ହୋଇଥୁଲା କିନ୍ତୁ ରାସ୍ତା ନିର୍ମାଣର ବର୍ଷେ ନପୁରୁଣୁ ତାହା ଖାଲ ଖମାରେ ପରିଣତ ହୋଇଯାଇଥିଲା । ତା ପରେ ଦିର୍ଘ ସାତ ଓ ଆଠ ବର୍ଷ ହେବ ସେଠାରେ ମାଟି କିମ୍ବା ମୋରମ ମୁଠାଏ ମଧ୍ୟ ପକାଯାଇନାହିଁ। ରାସ୍ତା ମରାମତି ନିମନ୍ତେ ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରସାସନକୁ ବାରମ୍ବାର ଲେଖ୍ ଜଣାଇଥିଲେ ମଧ୍ୟ ତାହା କୌଣସି କାର୍ଯ୍ୟକାରି ହୋଉ ନାହିଁ। ଯାହା ଦ୍ବାରା କି ପିଲାମାନେ ସ୍କୁଲକୁ ଯିବା ପାଇଁ ଓ ଗ୍ରାମକୁ ୧୦୮ ଗାଡ଼ି ଟିଏ ଯିବା ଆସିବା ନି ମନ୍ତେ ଅସୁବିଧା ସୃଷ୍ଟି ହେଉଛି। ଏମ ଭି ୧୦୪ ଗ୍ରାମର ବ୍ରିଜ ଟି ମଧ୍ୟ ସଂକଟାପର୍ଶ ଅବସ୍ଥାରେ ଅଛି । ବର୍ଷା
ହେଲେ ବ୍ରିଜ ଉପର ଦେଇ ୩/୪ ଫୁଟପାଣି ପ୍ରବାହିତ ହେଉଥିବାରୁ ’ଲୋକମାନେ ସେହି ରାସ୍ତାଦେଇ ଯାତାୟତ କରିବାପାଇଁ ଭୟ ହୋଇଥିବା ରାସ୍ତାର ହାଲ ବେହାଲ ହୋଇଯାଇଛି। ରାସ୍ତାଟିର ଅବସ୍ତା ଏପରି ହୋଇଛି ଯେ ତାହା ନ କହିବା ଭଲ ଦୁଇ ଗ୍ରାମବାସୀ ମିଶି କୋରକୋଣ୍ଡା ଗୋଷ୍ଟି ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ରାସ୍ତା ସଜାଢ଼ିବା ନିମନ୍ତେ ଲିଖୁତ ଅଭିଯୋଗ କରିଥିଲେ। ସେହିପରି ରାସ୍ତା ଉପରେ ଥିବା ବ୍ରିଜଟି ଆଜକୁ ପ୍ରାୟ ୪୦ ବର୍ଷ ତଳେ ନିର୍ମାଣ ହୋଇଥୁଲା ଏବଂ ବର୍ତ ମାନ ବ୍ରିଜର ଚାରି ପଟ ଭାଙ୍ଗି ଗଲାଣି ଯାହା କେତେବେଳେ ଭୁଷୁଡ଼ି ଯିବ ତାହା କହି ହେଉନାହିଁ । ଏଣୁ ଦୁଇ ଗ୍ରାମବାସି ମିଶି ଜିଲ୍ଲା ପ୍ରଶାସନକୁ ପୁନର୍ବାର ଗଣମାଧ୍ୟମ ଦ୍ବାରା ବିନମ୍ର ଗୁହାରୀ କରିଛନ୍ତି ଯେ ତାଙ୍କ ଗ୍ରାମର ରାସ୍ତା ଏବଂ ବ୍ରିଜଟି ସଂପୂର୍ଣ ଭାବେ ମରାମତି କରିବା ନିମନ୍ତେ।
Sign in
Sign in
Recover your password.
A password will be e-mailed to you.