ଜଗତସିଂହପୁର,ତା-୦୯.୧୦.୨୦୨୫/ସୁମନ୍ତକୁମାରଦାସ: ସ୍ଥାନୀୟ ପୁରୁଣାଗଡ଼ସ୍ଥିତ ପ୍ରଫୁଲ ପାଠାଗାରଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 148 ତମ ଜୟନ୍ତୀ ପାଳିତ ହୋଇଯାଇଛି I ପାଠାଗାରର ସଭାପତି ଶିକ୍ଷାବିତ ରବୀନ୍ଦ୍ରନାଥ ତ୍ରିପାଠୀ ଏହି ସଭାରେ ଅଧ୍ୟକ୍ଷତା କରି ଉତ୍କଳ ମଣି ଗୋପବନ୍ଧୁ ଦାସ ମାନବବାଦର ବାର୍ତ୍ତାବହ ଥିଲେ ବୋଲି କହିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ, ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ଶିକ୍ଷାବିତ ସତ୍ୟବାଦୀ ଦାସ, ବିକ୍ରମ କୁମାର ଜେନା, ସଞ୍ଜୟ କୁମାର ସାମନ୍ତସିଂହାର, ପ୍ରତାପ କୁମାର ରାଉତରାୟ, ଅଜୟ କୁମାର ପତି ପ୍ରମୁଖ ଅତିଥି ଭାବେ ଆଲୋଚନାରେ ଭାଗନେଇ ଉତ୍କଳମଣି ଉତ୍କଳର ଦରଦୀବନ୍ଧୁ ଥିଲେ ବୋଲି କହିବା ସହିତ ତାଙ୍କ ପରି ମଣିଷ ଆଜିର ଦୁନିଆରେ ବିରଳବୋଲି ମତ ରଖିଥିଲେ I ଏଥି ସହିତ ଜଣେ ମହାନ ଦେଶଭକ୍ତ, ବିଶିଷ୍ଟ ଜନ ନାୟକ, ପ୍ରକୃତି କବି, ସ୍ୱାଧୀନତା ସଂଗ୍ରାମୀ ଓ ସର୍ବୋପରି ଦୁଃଖି ରଙ୍କିଙ୍କ ବନ୍ଧୁ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି ବୋଲି କହିଥିଲେ I ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I