ବଲାଙ୍ଗୀରରେ ୩୦ ତମ ସଡ଼କ ସୁରକ୍ଷା ସଚେତନତା  ସପ୍ତାହ  ଆରମ୍ଭ 

0

ବଲାଙ୍ଗୀର(ନିରୋଜ ମିଶ୍ର) -ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ  ଆଞ୍ଚଳିକ  ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ଙ୍କ ନେତୃତ୍ୱରେ ସଡ଼କ ସୁରକ୍ଷା ସଚେତନତା ସପ୍ତାହର ଶୁଭାରମ୍ଭ ହୋଇଛି  । ଫେବ୍ରୁଆରି ୪ ତାରିଖରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି   ୩୦ ତମ ସଡକ ସୁରକ୍ଷା ସଚେତନତା ସପ୍ତାହର ଶୁଭାରମ୍ଭ ହୋଇଥିଲା ସଚେତନତା ଶୋଭାଯାତ୍ରାରୁ  । ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପଡିଆରୁ ଏନସିସି  ଛାତ୍ରଛାତ୍ରୀ, ସ୍କୁଲ ଛାତ୍ର ଛାତ୍ରୀ , ସଚେତନ ନାଗରିକଙ୍କୁ ନେଇ ଏକ ଶୋଭାଯାତ୍ରା କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମୁଖ୍ୟ ଅତିଥି ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଓ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପଧାନ । ସଚେତନତା ଶୋଭାଯାତ୍ରାଟି ସହର ପରିକ୍ରମା କରି କଳାମଣ୍ଡଳ ପଡିଆରେ ପହଂଚି ଶେଷ ହୋଇଥିଲା ଏକ ସଚେତନତା ସଭାରେ । ସାମ୍ବାଦିକ ସନ୍ଦୀପ କୁମାର କୁଅଁରଙ୍କ ସଭା ପରିଚାଳନା କ୍ରମେ ଏହି ସଭାରେ ମଂଚାସୀନ ହୋଇଥିଲେ ଆଞ୍ଚଳିକ  ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର, ଡଏସପି  ପୁରୁଷୋତ୍ତମ ସେଠୀ, ନାଗରିକ କମିଟି ସଂପାଦକ ବିଷ୍ଣୁ ପ୍ରସାଦ କେଡିଆ, ଟାଉନ୍ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ, ଅତିରିକ୍ତ ଏମ୍ଭିଆଇ ହୃଷିକେଶ ନାଏକ, ଶେଷରେ ଅତିରିକ୍ତ ପରିବହନ ଅଧିକାରୀ ଲୋକନାଥ ମେହେର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମଟିରେ ଜିଲ୍ଲା ପରିବହନ ବିଭାଗର ସମସ୍ତ କର୍ମଚାରୀ  ସହଯୋଗିତା କରିଥିଲେ । ଆସନ୍ତା ୭ ଦିନ ଧରି ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବାକୁ ଥିବା ବେଳେ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ମୁଳକ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି କୁହାଯାଇଛି ।  

Leave A Reply

Your email address will not be published.