କଦଳୀ ଗାଲା ଆଢ଼ୁଆଳରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲେ ଅବକାରୀ ବିଭାଗ

2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ଅକ୍ଟୋବର ୮ତାରିଖ ବୁଧବାର ୨୦୨୫ ଦିନ ମଧ୍ୟାହ୍ନ ସମୟରେ ଭଞ୍ଜନଗର ଅବକାରୀ ବିଭାଗ କୁ ମିଳିଛି ବଡ ସଫଳତା ।ପ୍ରତ୍ୟକ ଦିନ ଭଳି ଗଂଜାମ ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ୍ ଙ୍କ ନିର୍ଦ୍ଦେଶ କ୍ରମେ ଗୋଟାଏ ବୋଲେରୋ ପିକ ଅପ ଭ୍ୟାନ ଗାଡିକୁ କୁଲାଡ଼ ରୋଡ଼ ଗୋଲାପଡା ଛକ ଠାରେ ଅଟକାଇ ଯାଞ୍ଚ କରିଥିଲେ ଏବଂ ସେହି ଗାଡ଼ି ଡାଲାର ଉପରେ ପ୍ରାୟ ୩୦ ଗୋଟି କଦଳୀ ଗାଲା ବା ଖାନ୍ଦି ତଳେ ଶହେ କିଲୋଗ୍ରାମ ର ଗଞ୍ଜାଇ ବୋଝେଇ ହୋଇ ଥିଲା।ଉପରେ କଦଳୀ ଓ ତଳେ ଗଞ୍ଜାଇ ବସ୍ତା ରଖି ଚାଲାଣ କରୁଥିବାର ସୂଚନା ପାଇଥିଲେ ଭଞ୍ଜନଗର ଅବକାରୀ ବିଭାଗ।ଉକ୍ତ ଗଞ୍ଜେଇ ବୋଝେଇ ଗାଡିକୁ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ଜବତ କରିବା ସହ ଓଜନ କରାଯାଇଥିଲା। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ରୁ ଉର୍ଦ୍ଧ ହେବ।ଆଜି ଭଞ୍ଜନଗର ଅବକାରୀ ଥାନା ଏସ୍ ଆଇ ଅଲିଭା ମାଝୀ ଓ ତାଙ୍କ ଟିମ ଦ୍ୱାରା ଜବତ ଗାଡି ଓ ଗଞ୍ଜେଇ କୁ ଜବତ କରିବା ସହ ଗଞ୍ଜେଇ ଚୋରୀ କରୁଥିବା ବ୍ୟକ୍ତିଙ୍କୁ କଡା ଚେତାବନୀ ଦେଇଛନ୍ତି।ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣକାରୀ ଙ୍କ ନୂଆଁ ନୂଆଁ ଚୋରି କରିବାର ଉପାୟ କୁ ପର୍ଦାଫାସ କରୁଛି ଭଞ୍ଜନଗର ଅବକାରୀ ବିଭାଗ।ଆଜି ଭଞ୍ଜନଗର ଅବକାରୀ ବିଭାଗ ଦ୍ଵାରା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି, ବ୍ୟକ୍ତି ଜଣକ ସୁବ୍ରତ ପ୍ରଧାନ, ଘର କଟକ ବଡମ୍ବା ଅଞ୍ଚଳ ର ବୋଲି ଜଣା ପଡ଼ିଛି।

Leave A Reply

Your email address will not be published.