ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ ଏନ ଏ ସି ଇଓ ବନମାଳୀ ଶତପଥି

2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବକେୟା ଦରମା ସହିତ ଏଲ୍.ପି.ସି କରାଇଦେବା ପାଇଁ ନିଜ କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ କାର୍ଯ୍ୟନିର୍ବାହି ଅଧିକାରୀ I ଲାଞ୍ଚ ନେବା ସମୟରେ ପୁର୍ବରୁ ଛକି ବସିଥିବା ଭିଜିଲାନ୍ସ୍ ଟିମ୍ ସଂପୃକ୍ତ ଲାଞ୍ଚୁଆ ଅଧିକାରୀଙ୍କୁ ମାଡ଼ି ବସିଛି I ଘଟଣା ଘଟିଛି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ସହରରେ I ସମ୍ପୃକ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ ଜଣଙ୍କ ହେଉଛନ୍ତି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥି I ସୂଚନା ପ୍ରକାରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଏମ୍ଆଇଏସ୍ ରୂପେ କାର୍ଯ୍ୟ କରୁ୍ଥିବା ସରୋଜ ଜେନାଙ୍କର ଛଅ ମାସ ତଳେ ଅନ୍ୟତ୍ର ବଦଳି ହୋଇ ଯାଇଥିଲା I ତେବେ ବେଲଗୁଣ୍ଠାରେ ତାଙ୍କର ଶେଷ ଦୁଇ ମାସର ଦରମା ଏବଂ ଏଲ୍.ପି.ସି ବକେୟା ଥିଲା I ଏନେଇ ସରୋଜ ବାରମ୍ବର କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ ଶତପଥୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଶ୍ରୀ ଶତପଥି ଏହାକୁ ଅଣଦେଖା କରିବା ସହିତ ପଚିଶି ହଜାର ଟଙ୍କାର ଲାଞ୍ଚ ଦାବି କରିଥିଲେ I ଏନେଇ ସରୋଜ ବ୍ରହ୍ମପୁର ଭିଜିଲାନ୍ସ୍ ର ଦ୍ୱାରସ୍ଥ ହୋଇଥିଲେ I ସରୋଜଙ୍କ ଅଭିଯୋଗ କ୍ରମେ ବ୍ରହ୍ମପୁର ଭିଜିଲାନ୍ସ୍ ଡ଼ି ଏସ୍.ପି ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବେଲଗୁଣ୍ଠାରେ ଛକି ରହିଥିଲେ I କିନ୍ତୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ଚତୁରତାର ସହିତ ନିଜ କାର୍ଯ୍ୟାଳୟରେ ଟଙ୍କା ନେବା ବଦଳରେ ସରୋଜଙ୍କୁ ବାଲିପଦର ଡ଼କାଇଥିଲେ I ସେହି ପ୍ରକାରେ ସରୋଜ ଏବଂ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ୍ ଟିମ୍ ବାଲିପଦର ଯାଇଥିଲେ I ବାଲିପଦରର ବସ ଷ୍ଟାଣ୍ଡ ରେ ସକାଳ ସାଢେ ନଅଟା ବେଳେ ସରୋଜ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶତପଥିଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ୍ ଟିମ୍ ଶ୍ରୀ ଶତପଥିଙ୍କୁ ଅଟକ ରଖିବା ସହିତ ତାଙ୍କ ହାତରୁ ଲାଞ୍ଚ ଟଙ୍କା ଜବତ କରିଥିଲେ I ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କୁ ସାଥିରେ ନେଇ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ସକାଳ ଦଶ ଘଣ୍ଟା ତିରିଶି ମିନିଟ୍ ଠାରୁ କାର୍ଯ୍ୟାଳୟର କାଗଜପତ୍ର ଏବଂ ସରକାରୀ କ୍ୱାର୍ଟର୍ ଯାଞ୍ଚ୍ କରିବା ପରେ ଦିନ ଗୋଟାଏ ପରେ ଭିଜିଲାନ୍ସର ଅନ୍ୟ ଏକ ଟିମ୍ ଶ୍ରୀ ଶତପଥିଙ୍କୁ କବିସୂର୍ଯ୍ୟନଗର ସ୍ଥିତ ତାଙ୍କ ବାସ ଭବନକୁ ନେଇ ବାସ ଭବନ ସମେତ ଅନ୍ୟ ଏକ କୋଠାରେ ମଧ୍ୟ ଯାଞ୍ଚ୍ କରିଥିଲେ I ସେଠାରୁ ତାଙ୍କୁ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ନିଆ ଯାଇଥିବା ସୂଚନା ମିଳିଛି I ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୪/୨୫ ରେ ଏକ ମାମଲା ରୁଜୁ କରାଯାଇଛି I

Leave A Reply

Your email address will not be published.