କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ବ୍ଲକ୍ ଅନ୍ତର୍ଗତ ରତାଦିଆ ଖଣ୍ଡ ସାହି ପଞ୍ଚାୟତର ହରିପୁର ସ୍ଥିତ ହନୁମାନ ମନ୍ଦିର ପରିସରରେ ଆଜି ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ତେଲେଙ୍ଗାନାର ଜିଏମ୍ ସି ବାଲାଯୋଗୀ ଷ୍ଟାଡିୟମ, ହାଇଦ୍ରାବାଦ ଠାରେ ଆନ୍ତର୍ଜାତୀୟ ତାଇକୋଣ୍ଡ ପ୍ରତିଯୋଗିତାର ଜୁନିଅର ବର୍ଗରେ ସିଙ୍ଘମ୍ ତାଇକୋଣ୍ଡ ଆସୋସିଏସନର ଶିକ୍ଷାର୍ଥୀ ସାଗରୀକା ଭଦ୍ର ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୨୫ରେ ଏସଜିଏଫ୍ ଆଇ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ସଫଳତା ପଛରେ ଯାହାଙ୍କର ଅକ୍ଲାନ୍ତ ପରିଶ୍ରମ ନିରନ୍ତର ପ୍ରୟାସ ତଥା ନିରବଚ୍ଛିନ୍ନ ପ୍ରେରଣା ଜାରି ରହିଛି ସେ ହେଉଛନ୍ତି ଏହି ରତାଦିଆ ଖଣ୍ଡ ସାହି ଗ୍ରାମ ପଞ୍ଚାୟତର ପୁଅ ତଥା ଗୁରୁ ବା କୋଚ୍ ସୁଶାନ୍ତ କୁମାର ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ସଭାରେ ପଞ୍ଚାୟତର ସମିତି ସଭ୍ୟ ତଥା ସଭାର ଆବାହକ ନିତ୍ୟାନନ୍ଦ ଭଦ୍ର ସଭାରେ ସଭାପତିତ୍ବ କରିଥିବାବେଳେ ସରୋଜ କାନ୍ତ ସାମଲ ତଥା ସିଙ୍ଘମ୍ ତାଇକୋଣ୍ଡ ଏକାଡେମୀର ଉପଦେଷ୍ଟା ମୁଖ୍ୟ ଅତିଥି ଭାବେ ଏବଂ ସାମ୍ବାଦିକ ଜୟନ୍ତ କୁମାର ଶତପଥି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସିଙ୍ଘମ୍ ତାଇକୋଣ୍ଡ ଏକାଡେମୀର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପଞ୍ଚାୟତର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ଶୁଭେନ୍ଦୁ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.