ଓଡ଼ଗାଁ,୬।୧୦(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଗାଁଠାରୁ ସହର ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ବହୁ ପୁରାତନ ଲକ୍ଷ୍ମୀ ବଜାର ବଣିକ ସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଲକ୍ଷ୍ମୀ ମନ୍ଦିର ପରିସରରେ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା ଜାଗଯଜ୍ଞ ଅନୁଷ୍ଠିତ ହୋଇଛି । ମା’ ଦୁର୍ଗାଙ୍କ ଧରାପୃଷ୍ଠରୁ ବିଦାୟ ବେଳାରେ ମା’ ଗଜଲକ୍ଷ୍ମୀଙ୍କ ଧରାବତରଣ ହୋଇଛି । ଜଣେ ଶକ୍ତି ଅନ୍ୟଜଣେ ଧନର ପ୍ରତିକ । ଉଭୟଙ୍କ ପାଖରେ ଅଗ୍ରପୂଜ୍ୟ ଗଜାନନ ଓ ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ଉପସ୍ଥିତି ଧନଜନ ଜ୍ଞାନ ଶକ୍ତି ଓ ଶାନ୍ତିର ପ୍ରତିଷ୍ଠା ପାଇଁ ଦେବି ମା’ଙ୍କ ଆବିର୍ଭାବ । ଏହି ଚିନ୍ତା ଓ ଚେତନାର ଆଧାରରେ ଓଡ଼ଗାଁ ଏନ୍ଏସିର ଶ୍ଳିପୀନଗର ସାହି, ବିଜୟ ମଣ୍ଡପ ସାହି, ବଜାର ସାହି, ପଆଇକସାହି ଜାରୀଙ୍ଗୀ ଏବଂ ମଠଖଜୁରିଆ ଠାରେ ମା’ଙ୍କ ମୃମୟମୂର୍ତ୍ତିଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ରବିବାର ମହିଳା ଶ୍ରଦ୍ଧାଳୁମାନେ କଳସ ଯାତ୍ରାରେ ଆସି ଯଜ୍ଞ ବେଦୀରେ ସ୍ଥାପନ କରିଥିବା ପରେ ଘୃତ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ସୋମବାର ଲକ୍ଷ୍ମୀ ବଜାର ଅଧିଷ୍ଠାତ୍ରୀ ମା’ଗଜଲକ୍ଷ୍ମୀଙ୍କ ମନ୍ଦିରରେ ଷୋଡଶ ଉପଚାରରେ ପୂଜା ନୀତି ସମ୍ପର୍ଣ୍ଣ ହୋଇଥିଲା । ଏତଦ୍ ବ୍ୟତୀତ ବ୍ଳକର ମଶାବାରୀ, ରଙ୍ଗଣୀପାଟଣା, କୁରୁମବାଙ୍କତରା, କୁରାଳ, ଗୋଡିପଲ୍ଲୀ, ନନ୍ଦିଘୋର ଇତ୍ୟାଦି ଗ୍ରାମ ମାନଙ୍କରେ ମଧ୍ୟ ଗଜଲକ୍ଷ୍ମୀଙ୍କ ମୃମୟମୂର୍ତ୍ତିଙ୍କ ପୂଜା ବିଧି ବୈଦିକ ରିତିନୀତି ଅନୁସାରେ ଆରମ୍ଭ ହୋଇଛି ।
Sign in
Sign in
Recover your password.
A password will be e-mailed to you.