ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ମହାବୀର ବଣିକ ସଂଘ ପକ୍ଷରୁ ୧୨ ତମ ଗଜଲଷ୍ମୀଙ୍କ ପୂଜା ଧୁମ୍ ଧାମରେ ପାଳିତ ହେଉଛି । ମା’ ଗଜଲଷ୍ମୀ ପୂଜାଙ୍କର ନୀତିନିୟମ ଅନୁସାରେ ପୂଜା ମଣ୍ଡପ ନିକଟରୁ ମା’ ଗଜଲଷ୍ମୀଙ୍କର ବିମାନ ମାଧ୍ୟମରେ ଘଣ୍ଟ, ଘଣ୍ଟି, ବାଜା, ବାଣ, କିର୍ତ୍ତନ ସହିତ ବିରାଟ ପଟୁଆରରେ ଯାଇ ବାଲିତୁଠ ନଦୀ ନିକଟରେ ମା’ ଗଜଲଷ୍ମୀ ପୂଜା କର୍ତ୍ତା ରବୀନ୍ଦ୍ର ନାଥ ବେହେରା ପୂଜାର୍ଚ୍ଚନା କରି ସାରିବା ପରେ ବାଲିତୁଠ ନଦୀ ନିକଟରୁ ଏକ କଳସୀ ଯାତ୍ରାରେ ଆସି ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ । ପରେ ମା’ ଗଜଲଷ୍ମୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ମା’ ଗଜଲକ୍ଷ୍ମୀ ପୂଜାରେ ବାଲିତୁଠ ମହାବୀର ବଣିକ ସଂଘ ସମେତ ବାଲିତୁଠ ବଜାର ସମସ୍ତ ଦେକାନି ଭାଇ ମାନେ ଅତି ଆନନ୍ଦ ଉଲ୍ଲାସର ସହିତ ମା’ ଗଜଲଷ୍ମୀଙ୍କ ପୂଜା କରିଥିଲେ । ବାଲିତୁଠ ଗଜଲଷ୍ମୀ ପୂଜା ୧୨ ବର୍ଷରେ ପଦାର୍ପଣ କରିଛି । ଏଠାରେ ଶତାଧିକ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥାଏ । ପୂଜାରେ ତିନିଦିନ ଧରି ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ । ମହାବୀର ବଣିକ ସଂଘର ସଭାପତି ସଞ୍ଜୟ କୁମାର ମହାନ୍ତି, ସମ୍ଫାଦକ ରବିନ୍ଦ୍ର କୁମାର ବେହେରା, କେଷାଧ୍ୟକ୍ଷ ଅଜୟ କୁମାର ମିଶ୍ର, ଲକ୍ଷ୍ମୀକାନ୍ତ ଦାଶ, ପରିକ୍ଷିତ ମହାନ୍ତି, ସଞ୍ଜୟ ସ୍ୱାଇଁ, ବାପି ରଞ୍ଜନ ପ୍ରଧାନ, ଅକ୍ଷୟ କୁମାର ସ୍ୱାଇଁଙ୍କ ସମେତ ସମସ୍ତ ସଦସ୍ୟ ଏବଂ ବାଲିତୁଠ ବଜାର କମିଟି ସହଯୋଗରେ ମା’ ଗଜଲଷ୍ମୀଙ୍କ ପୂଜା ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.