ଓଡ଼ଗାଁ,୬।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳର ଓଡ଼ଗାଁ ସେକ୍ସନ ବନପାଳ ସରିତା ବରାଳ ବନ୍ୟପ୍ରାଣୀ ସମ୍ପଦର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଠାରୁ ପ୍ରଶଂସା ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ନୟାଗଡ଼ ପିଟିଏସ ନିକଟ ବନ ବିଭାଗ ଅତିଥି ଭବନ ସଭା ଗୃହରେ ଆୟୋଜିତ ଜିଲ୍ଲା ସ୍ତରୀୟ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବନ୍ୟପ୍ରାଣୀ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଉତ୍ତମ କାର୍ଯ୍ୟକଳାପ ନିମନ୍ତେ ସରିତାଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାଠ ଚୋର ଏବଂ ବନ୍ୟପ୍ରାଣୀ ଶିକାରୀଙ୍କ ପାଇଁ ତାଙ୍କର ପଦକ୍ଷେପ ଅତ୍ୟନ୍ତ କଠୋର । ଏଥି ସହିତ ସର୍ବଦା କର୍ତ୍ତବ୍ୟରତ ବନପାଳ ସରିତା ପୂର୍ବରୁ ରାଜ୍ୟ ସ୍ତରୀୟ ରାଣୀ ଲକ୍ଷ୍ମୀବାଇ ଆୱାଡ ସହିତ ଅନେକ ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ମହାନଦୀ ବନ୍ୟପ୍ରାଣୀ ଡିଏଫଓ ଅମରେଶ ଚନ୍ଦ୍ର ପ୍ରଧାନ, ସହକାରୀ ବନ ସଂରକ୍ଷକ ହିମାଂଶୁ ଶେଖର ମୁଦୁଲି, ସତ୍ୟଜିତ୍ କର, ଅବସରପ୍ରାପ୍ତ ଭାରତୀୟ ବନସେବା ଅଧିକାରୀ ଅରୁଣ କୁମାର ମିଶ୍ର ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥିଗଣ ମଞ୍ଚାସୀନ ଥିଲେ । ନୟାଗଡ଼ ବନଖଣ୍ଡରୁ ଓଡ଼ଗାଁ ସହିତ ନୟାଗଡ଼ର ବନପାଳ ଶୁଭେନ୍ଦୁ ପ୍ରସାଦ ନାୟକ ଏବଂ ବନରଖି ଇତିଶ୍ରୀ ପ୍ରଧାନ, ଦଶପଲ୍ଲା ବନାଞ୍ଚଳ ବନପାଳ ଆଲୋକ ଗୁରୁ ଏବଂ ମହିପୁର ବନାଞ୍ଚଳର ବନରଖି ଶ୍ରଦ୍ଧାଞ୍ଜଳୀ ସାହୁ, ଯୋଗେନ୍ଦ୍ର ସ୍ବାଇଁଙ୍କୁ ଅନୁରୂପ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଓଡ଼ଗାଁ ସେକ୍ସନର ପ୍ରୋଟେକସନ ସ୍ବାଡ ଚିତ୍ରସେନ ପ୍ରଧାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.