“ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ” ପାଳନ ଅବସରରେ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ସୁରକ୍ଷା ଓ କଲ୍ୟାଣ ବିଷୟରେ ସଚେତନତା ସଭା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆନ୍ତର୍ଜାତିୟ ବୟୋଜ୍ୟେଷ୍ଠ ନାଗରିକ ଦିବସ ପାଳନ ଉପଲକ୍ଷେ ତନରଡା ଅନ୍ତର୍ଗତ ସତ୍ୟଶ୍ରୀ ଜରାଶ୍ରମ, ତନରଡା ଠାରେ ଆଜି ବୃଦ୍ଧଙ୍କ ଅଧିକାର, ସୁରକ୍ଷା ଓ କଳ୍ୟାଣ ବିଷୟରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା
ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ ଓ ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶେଖ୍ ମହମ୍ମଦ କଏସ୍ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ବୃଦ୍ଧଙ୍କ ପାଇଁ ନାଲ୍ସା ସ୍କାମ୍ ୨୦୧୬, ବୟୋଜ୍ୟେଷ୍ଠ ନାଗରିକ ଆଇନ ସୁରକ୍ଷା ଧାରା ୨୦୦୭, ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାଭତ୍ତା ଯୋଜନା ଓ ଵୟୋଜ୍ୟେଷ୍ଠନାଗରିକ ସ୍ୱାସ୍ଥ୍ୟ ସେବା ପ୍ରକଳ୍ପ ବିଷୟରେ ଆଲୋଚନା କରାଗଲା।
ବକ୍ତାମାନେ କହିଥିଲେ, ବୃଦ୍ଧମାନଙ୍କୁ ପରିବାର, ସମୁଦାୟ ଓ ସରକାରୀ ସହାୟତା ମିଳିବା ସମୟରେ ସେମାନଙ୍କ ଜୀବନ ସୁସ୍ଥ ଓ ସମ୍ମାନପୂର୍ଣ୍ଣ ହେବ।
ଆୟୋଜିତ ସଭାରେ ଶ୍ରୀମତୀ ଅଳକା ମଞ୍ଜରୀ ପଟ୍ଟନାୟକ, ଡ଼ା. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ (ଟି.ଏଲ୍.ଏସ୍.ସି ) ସଦସ୍ୟ, ଶ୍ରୀ ସୋମନାଥ ନାୟକ (ଅଧ୍ୟକ୍ଷ, ସିନିୟର ସିଟିଜେନ୍ସ ଆସୋସିଏସନ୍, ଭଞ୍ଜନଗର), ଶ୍ରୀ କୃତିବାସ ବିଶ୍ୱାଳ, ଶ୍ରୀ ରବିନ୍ଦ୍ରନାଥ ଆଚାର୍ଯ୍ୟ, ଶ୍ରୀ ରବିନ୍ଦ୍ରନାଥ ରଥ, ଶ୍ରୀ ଅଭିମନ୍ୟୁ ପଟ୍ଟନାୟକ (ସଦସ୍ୟମାନେ, ସିନିୟର ସିଟିଜେନ୍ସ ଆସୋସିଏସନ୍, ଭଞ୍ଜନଗର) ଓ ଶ୍ରୀମତୀ ରେବତୀ ସାବର (ଆଇ.ଆଇ. ସି ବେଲଗୁଣ୍ଠା) ଉପସ୍ଥିତ ଥିଲେ।
ସଭାର ଶେଷରେ ରବିନ୍ଦ୍ର ପାତ୍ର, ଆୟୋଜକ ତଥା ସାମ୍ବାଦିକ ସମସ୍ତଙ୍କୁ ଧନ୍ୟବାଦ ଜଣାଇ, ବୃଦ୍ଧଙ୍କ ସୁରକ୍ଷା ଓ କଳ୍ୟାଣ କୁ ସମାଜର ପ୍ରତ୍ୟେକଙ୍କ ଦୈନିକ କର୍ତ୍ତବ୍ୟ ବୋଲି ଆହ୍ୱାନ କରିଥିଲେ।