ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା ଅଭିଯାନ କରାଯିବା ନିଷ୍ପତ୍ତି ନିଆଯାଇଛି । ଏହାକୁ ଚଳିତବର୍ଷ ଅକ୍ଟୋବର ୯ ରୁ ନଭେମ୍ବର ୯ ପର୍ୟ୍ୟନ୍ତ ଏକ ମାସ ବ୍ୟାପୀ କରିବାକୁ ମାନ୍ୟବର ରାଜ୍ୟ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଗାନ୍ଧୀ ଜୟନ୍ତୀ ଦିନ ସାର୍ବଜନୀନ ଦଶହରା ପଡ଼ୁଥିବାରୁ ସେହିଦିନ ପ୍ରତୀକାତ୍ମକ ଭାବେ କେବଳ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି/ଫଟୋଚିତ୍ର ନିକଟରେ ଶ୍ରଦ୍ଧାସୁମନ ଅର୍ପଣ କରି ଜନସମ୍ପର୍କ ଅଭିଯାନର ସଂକଳ୍ପ ନିଆଯିବ । ଅକ୍ଟୋବର ୯ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀରୁ ପଦଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହେବ । ଅକ୍ଟୋବର ୯ରୁ ନଭେମ୍ବର ୯ ତାରିଖ ଯାଏ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଏହି ଜନସଂପର୍କ ପଦଯାତ୍ରା ଅଭିଯାନ ତ୍ୱରାନ୍ୱିତ କରାଇବେ । ତୃଣମୂଳ ସ୍ତରର ସମସ୍ତ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି ତଥା ସକ୍ରିୟ ସଦସ୍ୟ/ସଦସ୍ୟା ଓ ସ୍ଥାନୀୟ ଅଧିବାସୀଙ୍କୁ ସଂପୃକ୍ତ କରି ପାଳନ କରାଯିବ ।
ଏହି ଜନସଂପର୍କ ପଦଯାତ୍ରା ସମୟରେ ଆମ ସରକାର ସମୟରେ ନିଆଯାଇଥିବା ଲୋକାଭିମୁଖୀ କାର୍ୟ୍ୟକ୍ରମ ଗୁଡିକର ଅବତାରଣା କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନର ବିଜେପି ସରକାର, ଦେଇଥିବା ପ୍ରତିଶୃତି ପାଳନରେ ବିଫଳତା, ମହିଳାମାନଙ୍କୁ ପ୍ରତାରଣା ଓ ନିର୍ୟ୍ୟାତନା, ଆଇନ ଶୃଙ୍ଖଳାର ଅଧୋଗତି, ପଞ୍ଚାୟତରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ଅଭିସନ୍ଧି, ଚାଷୀମାନଙ୍କ ସମସ୍ୟା ପ୍ରତି ବିମୁଖତା, ଯୁବସମାଜ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା, ଦରଦାମ ବୃଦ୍ଧି, ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ଙ୍କୁ ଉପେକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ସଂପର୍କରେ ଲୋକଙ୍କୁ ସଚେତନ କରାଯିବ ।
ଏହି ଜନସଂପର୍କ ପଦଯାତ୍ରାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଗ୍ରହଣ କରି ସଫଳ କରିବାକୁ ଜିଲ୍ଲାର ସମସ୍ତ ବିଜେଡ଼ି କର୍ମୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ଜିଲ୍ଳା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡ଼କାମି।
Sign in
Sign in
Recover your password.
A password will be e-mailed to you.