କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ- ପୂଜାର ମହୋଲ୍ ମଧ୍ୟରେ ହଠାତ୍ ଆତଙ୍କ ସୃଷ୍ଟି ହୋଇଗଲା। ପୂଜା ସମୟରେ ସ୍ଥାନୀୟ ଲୋକେ ରାସ୍ତାରେ ଯାହା ଦେଖିଲେ, ତାହା ନେଇ ସମଗ୍ର ଅଞ୍ଚଳରେ ଭୟଭୀତ ପରିସ୍ଥିତି ଦେଖାଗଲା। ଖବର ଅନୁସାରେ ପଟ୍ଟାମୁଣ୍ଡାଇ ୭ନମ୍ବର୍ ୱାର୍ଡର ମୁଖ୍ୟ ରାସ୍ତାରେ ଗୋଟିଏ ବଡ଼ କୁମ୍ଭୀର ଶୋଇଥିବା ଦୃଶ୍ୟ ସ୍ଥାନୀୟବାସୀଙ୍କ ସାମ୍ନାରେ ପଡିଲା। ସମୟଟି ହେଉଛି ପୂଜା ସମୟ। ତେଣୁ ପୂଜାକୁ ଯାଇଥିବା ଅନେକ ଭକ୍ତ ଓ ଅଞ୍ଚଳବାସୀ ଏହାକୁ ଦେଖି ଆତଙ୍କିତ ହୋଇ ପଡିଲେ।କୁମ୍ଭୀରଟି ରାସ୍ତାର ମଧ୍ୟରେ ଶୋଇଥିବାରୁ ଲୋକଙ୍କ ଯାତାୟାତ ଥମ୍କିଗଲା। କେହି ଆଗକୁ ଯାଇପାରିଲେ ନାହିଁ, ପୁଜା ପାଇଁ ଯାଇଥିବା ଅନେକ ଭକ୍ତଙ୍କୁ ଅସୁବିଧାରେ ପଡିବାକୁ ପଡିଲା। ସ୍ଥାନୀୟ ଅଞ୍ଚଳବାସୀମାନେ କୁମ୍ଭୀରକୁ ଦୂରରୁ ଦେଖିଥିବା ବେଳେ ଶିଶୁ ଓ ମହିଳା ମାନଙ୍କୁ ବିଶେଷ ସତର୍କ କରାଗଲା। ପ୍ରଶାସନକୁ ମଧ୍ୟ ଏହି ଘଟଣା ସୂଚିତ କରାଯାଇଛି।ଗୋଟିଏ ପ୍ରକାରରେ ପୂଜାର ପବିତ୍ର ସମୟରେ ଏଭଳି ଅସାମାନ୍ୟ ଘଟଣା ଘଟିଥିବାରୁ ଗାଁରେ ଉତ୍ସୁକତା ସହିତ ଭୟଭୀତ ପରିସ୍ଥିତି ରହିଛି। କୁମ୍ଭୀର କେମିତି ଗ୍ରାମ ରାସ୍ତାକୁ ପହଞ୍ଚିଲା, ସେଥିରେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି।
Sign in
Sign in
Recover your password.
A password will be e-mailed to you.