ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ମଣିଷ ସମାଜର ଅବହେଳା ଯୋଗୁଁ ଆଜି ସମଗ୍ର ବିଶ୍ୱରେ ପରିବେଶ ପ୍ରଦୂଷିତ I ଜଳବାୟୁରେ ବିରାଟ ପରିବର୍ତ୍ତନ I ଯାହାର ଫଳ ସ୍ଵରୂପ କଳିଙ୍ଗା ଭୂସ୍ଖଳନ, ଉତ୍ତରାଖଣ୍ଡ ଭୂସ୍ଖଳନ ଭଳି ବିପର୍ଯ୍ୟୟ ସୃଷ୍ଟି ହେଉଛି I ତେଣୁ ବର୍ତ୍ତମାନ ପୁନଶ୍ଚ ପୃଥିବୀର ସମୟ ଆସିଛି I ବର୍ତ୍ତମାନ ଠାରୁ ହିଁ ମାନବ ସମାଜ ପରିବେଶ ସୁରକ୍ଷା ଦିଗରେ କେବଳ ଚିନ୍ତା ନୁହେଁ ଯୁଗାନ୍ତକାରୀ ପଦକ୍ଷେପ ନେବାର ଆବଶ୍ୟକ ରହିଛି I ବର୍ତ୍ତମାନ ଯେମିତି ଜଳ କିଣିବାକୁ ପଡୁଛି, ଭବିଷ୍ୟତରେ ସେପରି ବାୟୁ କିଣିବାର ଆବଶ୍ୟକ ନପଡ଼ୁ I ପ୍ରତ୍ୟେକ ଦିନ ପରିବେଶ ସୁରକ୍ଷାର ଦିନ ହେଉ I ବର୍ତ୍ତମାନ ପରିବେଶ ସୁରକ୍ଷା ଆମର ଦୀକ୍ଷା ହେବା ଆବଶ୍ୟକ I ଏକ କ୍ଲାଇମେଟ୍ ପଂଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହିଭଳି ଉପାଦେୟ ବକ୍ତବ୍ୟ ପ୍ରଦାନ କରିଛନ୍ତି ସୋରଡା ବିଧାୟକ ନୀଳମଣି ବିଷୋୟୀ I ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା କ୍ଲାଇମେଟ୍ ପଂଚାୟତ କାର୍ଯ୍ୟକ୍ରମ I ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ପରିବେଶ ସୁରକ୍ଷା ଆମର ଦୀକ୍ଷା ହେଉ ବୋଲି ପ୍ରକାଶ କରିବା ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମରେ ମାଆଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମକୁ ପରିବେଶ ସୁରକ୍ଷା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ I ମାଆ ମାନେ ନିଜ ଛୁଆକୁ ପାଳନ କଲାଭଳି ଗଛଟିଏ ଲଗାଇ ତାର ଉପଯୁକ୍ତ ଯତ୍ନ ନେବାର ଆବଶ୍ୟକ ରହିଛି ବୋଲି ପ୍ରକାଶ କରିଥିଲେ ବିଧାୟକ ଶ୍ରୀ ବିଷୋୟୀ I କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଗାଙ୍ଗପୁର ବନପାଳ ଶଙ୍କର୍ଷଣ ଗୌଡ଼ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ହିଁ ପରିବେଶ ସନ୍ତୁଳନ ରକ୍ଷା କରିବା ଦିଗରେ ଶ୍ରେଷ୍ଠ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ସମିତିସଭ୍ୟ ପ୍ରତିନିଧି ଅର୍ଜୁନ ବିଷୋୟୀ, ଖଇରପୁଟି ସମିତିସଭ୍ୟ ପ୍ରତିନିଧି ବିନୋଦ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ I ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ବର୍ଷ ବର୍ଷ ଧରି ଲଗାତାର ଭାବେ ପରିବେଶ ସୁରକ୍ଷା ପାଇଁ ପ୍ରଶଂସିତ ହୋଇଥୁବା ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ଏକ ସୁନ୍ଦର ପରିବେଶ ମଧ୍ୟରେ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିଥିବାରୁ ସେ ବିଦ୍ୟାଳୟ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ I ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ପରିବେଶବିତ୍ ସୁରେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ବିଧାୟକ ଶ୍ରୀ ବିଷୋୟୀ ୨୦୦୭ ରେ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ଦାୟିତ୍ୱ ନେବା ପରଠାରୁ ପରିବେଶ ସୁରକ୍ଷା, ସ୍ଵଚ୍ଛତା ଏବଂ ବନୀକରଣ ଦିଗରେ ଅହରହ କାର୍ଯ୍ୟ କରୁଥିବାରୁ ତାଙ୍କୁ ସାଧୁବାଦ ଜଣାଇଥିଲେ I ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ଶିକ୍ଷକ ଶିଶିର କୁମାର ସ୍ୱାଇଁ ମାଟି ମାଆ ପାଇଁ ସବୁଜ ଜଙ୍ଗଲ ସ୍ଵରୂପ ଶାଢିର ଆବଶ୍ୟକ ରହିଥିବା ବେଳେ ମାଆ ମାନେ ହିଁ ପରିବେଶ ପ୍ରକୃତ ଯତ୍ନ ନେଇପାରିବେ ବୋଲି ପ୍ରକାଶ କରିଥିଲେ I ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ ଗଛ ନକାଟିବା ପାଇଁ ପରାମର୍ଶ ଦେବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ସୁରେଶ କୁମାର ସୁବୁଦ୍ଧି,ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ, ଶିକ୍ଷକ ନିରଞ୍ଜନ ତ୍ରିପାଠି, ମିଥୁନ୍ ନାୟକ,ପୂର୍ବତନ ସରପଞ୍ଚ ପ୍ରକାଶ ବିଷୋୟୀ, ପୂର୍ବତନ ଗ୍ରାମ୍ୟ ପରିଚାଳନା କମିଟି ନିତ୍ୟାନନ୍ଦ ବିଷୋୟୀ, ଚିତ୍ତରଞ୍ଜନ ବିଷୋୟୀଙ୍କ ସମେତ ଗାଙ୍ଗପୁର,ବୋରୀ, ଖଇରପୁଟି ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ପରିବେଶବିତ୍,ଯୁବକ, ମହିଳା, ସିଆରପି,ଏମବିକେ,ମହିଳା ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ ଉପସ୍ଥିତ ରହି ପରିବେଶ ସୁରକ୍ଷା ଶପଥ ଗ୍ରହଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post