ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିକଟରେ ସିଭିଲ ସର୍ଭିସ ପରୀକ୍ଷାର ପରୀକ୍ଷାଫଳ ପ୍ରକାଶିତ ହୋଇଛି। ଏଥିରେ ଗଜପତି ଜିଲ୍ଲାର ୫ ଜଣ ସଫଳତା ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରୁ ସବ୍ୟସାଚୀ ପଟ୍ଟନାୟକ (୧୩୨) , ପୂଜା ସାମଲ(୧୫୭) , ଅଭିିୟମ୍ ମଣ୍ଡଳ (୩୦୨) , ଦୀପ୍ତି ରାଣୀ ନାୟକ (୩୩୨) ଏବଂ ପ୍ରଯୁକ୍ତା ଶବର (୩୭୮) ସଫଳତା ହାସଲ କରିଛନ୍ତି। ସବ୍ୟସାଚୀଙ୍କ ଘର ପାରଳାଖେମୁଣ୍ଡି କରଣ ସାହିରେ ଅଟେ। ସେ ସ୍ଥାନୀୟ ସେଂଚୁରିୟନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଏମ୍.ଏସ୍. ଏସ୍.ସ୍ୱାମୀନାଥନ୍ ସ୍କୁଲ ଅଫ୍ ଏଗ୍ରିକଲଚରରୁ ଏମ୍.ଏସ୍.ସି. (ଏଜି)ପାସ୍ କଲାପରେ ପିଏଚ୍ ଡି କରୁଥିଲେ। ନିଜର ତୃତୀୟ ଚେଷ୍ଚାରେ ଓ ଏ ଏସ୍ ପାଇଲେ। ସେହିପରି ପୂଜା ସାମଲ କୃଷି ବିଶ୍ୱବିଦ୍ୟାଳୟ ରୁ ଗ୍ରାଜୁଏଟ୍ ହେଲାପରେ ନିଜର ପ୍ରଥମ ଚେଷ୍ଟାରେ ଓ ଏ ଏସ୍ ପାଇଛନ୍ତି। ତାଙ୍କର ଘର ଗଜପତି ଜିଲ୍ଲା ଗୁରାଣ୍ଡି ଗ୍ରାମ ଅଟେ ଏବଂ ପ୍ରଯୁକ୍ତା ଶବର ଘର ଏସ୍. ରାଉତପୁର ଗ୍ରାମରେ। ଉଭୟଙ୍କ ଘର ଗୋଷାଣି ବ୍ଲକରେ ଅବସ୍ଥିତ। ଅଭିୟମ୍ ଙ୍କ ଘର ତାଳମୁଣ୍ଡା ଏବଂ ଦୀପ୍ତିରାଣୀ ନାୟକ ଘର ମୁରେଇସାହି ଗ୍ରାମରେ। ଉଭୟଙ୍କ ଘର ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଅବସ୍ଥିତ। ସେମାନଙ୍କ ର ଏହି ବିରଳ ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।
Sign in
Sign in
Recover your password.
A password will be e-mailed to you.