ମାଲକାନଗିରି ତା:-୨୬/୦୯ ଚଳିତ ସେପ୍ଟେମ୍ୱର ୨୭ ତାରିଖ ରୁ ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର କେ.ଟି ଗ୍ଲୋବଲ୍ ବିଦ୍ୟାଳୟ ପରିସର ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ? ଜୁଡୋ ? ଚାମ୍ପିଅନସିପ ରେ ବିଭିନ୍ନ ବର୍ଗ ଯଥା ସବ୍ ଜୁନିଅର୍, ଜୁନିଅର୍, କେଡେଟ, ସିନିୟର୍, ପୁରୁଷ ଏଵଂ ମହିଳା ବିଭାଗ ରେ ଭାଗନେବା ପାଇଁ ମାଲକାନଗିରି ଜିଲ୍ଲାର ଖେଳାଳୀଙ୍କ ସମେତ ଅଫିସିଆଲ୍ ମୋଟ ୨୩ ଜଣ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଆଜି ଗସ୍ତ କରିଛନ୍ତି। ଖେଳାଳୀ ଙ୍କ ମଧ୍ୟରେ ପ୍ରାୟତ ସମସ୍ତେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ କିଛି ବାପା ମାଆ ଛେଉଣ୍ଡ (ଅନାଥ) ଖେଳାଳୀ ବି ଅଛନ୍ତି।
ଜିଲ୍ଲା ଯୁଡୋ ଆସୋସିଏସନ୍ ଏବଂ ଆଓମା ଗୁରୁକୂଳ ର ମିଳିତ ସହଯୋଗ ରେ ସମସ୍ତ ଖେଳାଳୀ ଙ୍କୁ ପ୍ରଶିକ୍ଷଣ ଦେବା ସହିତ ରାଜ୍ୟ ସ୍ତରୀୟ ଚାମ୍ପିଅନସିପ ରେ ଭାଗ ନେବାପାଇଁ ସୁଯୋଗ ପ୍ରଦାନ କରିଛନ୍ତି।
ଆଜି ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଶାସନ ତରଫରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ତରଫରୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଙ୍କ ସମେତ ମାନସ ମିଶ୍ର (ଅର୍ଥ), ଜିଲ୍ଲା ସୂଚନା ଏଵଂ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ, ହିମାଂଶୁ ମହାରଣା (କୌଶଳ ବିକାଶ), ଡିପିଏମ ଅଶୋକ ସାହୁ, ସେକ୍ସନ ଅଫିସର ନୀଳକଣ୍ଠ ଭୂୟାଁ, ବରିଷ୍ଠ କିରାଣୀ ଅଶୋକ ପଟ୍ଟନାୟକ, ଶିକ୍ଷକ କାଳୁ ଚରଣ ମହାରଣା ଙ୍କ ସମେତ ଜିଲ୍ଲା ଯୁଡୋ ଆସୋସିଏସନ୍ ର ଉପ ସଭାପତି ଚିନା ରାଓ ଏବଂ ଆଓମା ଗୁରୁକୂଳ ର ସଭାପତି ରତ୍ନାକର ଦାଶ ଙ୍କ ସହିତ ଅନେକ ସମାଜସେବୀ ଉପସ୍ଥିତ ରହି ଖେଳାଳୀ ଙ୍କୁ ପ୍ରେରଣା ଦେବାସହିତ ଫୁଲତୋଡ଼ା, ଟୋପି, ଚକ୍ଲେଟ, ମିଠା ଆଦି ଉପହାର ପ୍ରଦାନ ପୂର୍ବକ ଫୁଲ ଚନ୍ଦନ ଦେଈ ଶୁଭକାମନା ଜଣାଇବା ସହିତ ସଫଳତା କାମନା କରି ଖେଳାଳୀ ଙ୍କ ମନୋବଳକୁ ବଢ଼ାଇଥିଲେ।
Sign in
Sign in
Recover your password.
A password will be e-mailed to you.