ରାସ୍ତା ପାଲଟିଛି ମରଣଯନ୍ତା ବେହୁସିୟାର ହେଲେ ଦୁର୍ଘଟଣା ସୁନିଶ୍ଚିତ।

0

  ମୁଖ୍ୟମନ୍ତ୍ରୀ ନିଜ ଅଞ୍ଚଳ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ।   

 କେନ୍ଦୁଝର,ତା୨୬/୯- ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଅଞ୍ଚଳ କେନ୍ଦୁଝର ସଦର ବ୍ଲକରେ ଲୋକେ ରାସ୍ତା ଲାଗି ତ୍ରାହି ତ୍ରାହି ଡାକୁଛନ୍ତି। ନିଜ ଲୋକ ମୁଖ୍ୟମନ୍ତ୍ରୀ ହେଲେ ତେଣୁ ରାସ୍ତା ହେବ ଲୋକେ ଭାବିଥିଲେ ତେଣୁ ଚୁପ ଥିଲେ ହେଲେ ଆଶା ନିରାଶାରେ ପରିଣତ ହେବାରୁ ବାଧ୍ୟ ହୋଇ ସମସ୍ତେ ପାଟି ଖୋଲିବା ଆରମ୍ଭ କଲେଣି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ପଂଚାୟତରେ କାଳିସୀ ଛକରୁ କାଲିସୁଇ ଯାଏ ମାଟି ରାସ୍ତା ଏବେ ଖାଲଖମାରେ ପରିଣତ ହୋଇଛି। ବର୍ଷା ଲାଗି ଲୋକେ ଏହି ରାସ୍ତାରେ ଯାଇ ଦୁର୍ଘଟଣାରେ ପଡୁଛନ୍ତି। ଦୁଇଚକିଆ ଚାରି ଚକିଆ ଗାଡ଼ି ସହ ଛାତ୍ରଛାତ୍ରୀ ଯିବା ଆସିବାରେ କଷ୍ଟ ପାଉଛନ୍ତି। କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଆସି ପାରୁନଥିବାରୁ ରୋଗୀ ଏଠାରେ ବୋହା ହୋଇ ଚାରି କିଲୋମିଟର ବୁଲି ଆମ୍ବୁଲାନ୍ସ ସେବା ପାଉଛନ୍ତି। ରାସ୍ତାକୁ ତେଣୁ ସବୁଦିନିଆ କଂକ୍ରିଟ ରାସ୍ତା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.