ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

0

ଜଗତସିଂହପୁର,ତା-୨୬.୦୯.୨୦୨୫/ସୁମନ୍ତକୁମାରଦାସ: : ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକକୂଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ଡ୍ରୀଙ୍କ ଆଣ୍ଡ ଡ୍ରାଇଭ,ନାବାଳକ ମାନଙ୍କ ଗାଡି ଚାଳନା ଇତ୍ୟାଦି ସଂପ୍ରତି ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି ସେ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା ଗାଡି ଚଲାଇବା ସମୟରେ ମୋବାଇଲ ରେ କଥା ହେବା ଦୁର୍ଘଟଣା ର କାରଣ ବୋଲି କହିଥିଲେ।ତେଣୁ ଉଭୟ ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ବିନା ଲାଇସେନ୍ସରେ ଗାଡି ଚଳାଉଥିବା ବ୍ୟକ୍ତି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ଲାକ ସ୍ପଟ୍ ଚିହ୍ନଟ ଉପରେ ଗୁରୁତ୍ବ ଦିଆ ଯାଇଥିଲା। ପାର୍ବଣ ର ସମୟ ହୋଇଥିବାରୁ ସହର ରେ ଭାରି ଯାନ ଚଳାଚଳ କଟକଣା, ପାର୍କିଂ ଜୋନ୍, ନୋ ପାର୍କିଂ ଦଣ୍ଡବିଧାନ ଆଦି ଆଲୋଚନା ହୋଇଥିଲା।ଟ୍ରାଫିକ୍ ମ୍ୟାନେଜମେଣ୍ଟ, ନାଇଟ ପାଟ୍ରୋଲିଂ,ମଦ୍ୟପାନ କରି ସହରରେ ନିଶା ଶକ୍ତ ଅବସ୍ଥା ରେ ବୁଲୁଥିବା ଯୁବ ପୀଢ଼ି ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା , ଲାଇସେନ୍ସ ପ୍ରଦାନ ସମୟରେ କଠୋର ନିୟମ ଲାଗୁ ଆଦି ବିଷୟ ରେ ଆଲୋଚନା କରାଯାଇଥିଲା। ଦୁର୍ଘଟଣା ରେ ସାହାଯ୍ୟ କରିବା ନିମନ୍ତେ ନୂତନ ଯୋଜନା “ରାହ ବୀର” ଉପରେ ଗୁରୁ୍ତ୍ୱାରୋପ କରାଯାଇଥିଲା।ଜଗତସିଂହପୁର ମ୍ୟୁନିସପାଲିଟି ରେ ପାର୍କିଂ, ଗିଭ ୱେ ସାଇନ୍ , ବୁଶ କଟିଙ୍ଗ ଆଦି ଆଲୋଚନା ହୋଇଥଲା।ଗୁଡ଼ ସମାରିଟାନ ଭାବେ ୩୦ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରକାଶ ଥାଉକି, ଜିଲ୍ଲା ରେ ଏଯାବତ ୧୨୮ଜଣ ବ୍ଯକ୍ତିଙ୍କୁ ଗୁଡ଼ ସମାରିଟାନ ଭାବେ ସମ୍ମାନିତ କରାଯାଇଛି। ସଡ଼କ ସୁରକ୍ଷା ସଚେତନତା ରେ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ର ଯୋଗ ଦେବା ପାଇଁ ଆଲୋଚନା ହୋଇଥିଲା।
ଅନ୍ୟମାନଙ୍କ ମଧ୍ଯରେ ନିର୍ବାହୀ ଅଧିକାରୀ, ପାରାଦ୍ଵୀପ ପୌର ପରିଷଦ,ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଏନ ଏଚ ଏ ଆଇ ବିଭାଗ ର ଅଧିକାରୀ ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।ବସ ଓ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା,ସହରର ବରିଷ୍ଠ ବୁଦ୍ଧିଜୀବୀ, ପ୍ରମୁଖ ଉପସ୍ଥିତ ଥିଲେ।ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦୀପକ୍ ସେଠୀ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ଓ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.