ନଗର କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ମନମୋହନ ସିଂହଙ୍କ ଜୟନ୍ତୀ ପାଳନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି (ଶୁକ୍ରବାର) ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ମନମୋହନ ସିଂହଙ୍କ ଜୟନ୍ତୀ ନଗର କଂଗ୍ରେସ କମିଟି ପକ୍ଷରୁ ପାଳନ ହୋଇଯାଇଛି।
ସ୍ୱର୍ଗୀୟ ମନମୋହନ ସିଂହଙ୍କ ପଞ୍ଜାବର ଘାଆ ଜିଲ୍ଲାରେ ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତରେ ଦୁଇ ଥର ପ୍ରଧାନମନ୍ତ୍ରୀ ତଥା ୨୦୦୪ ଠାରୁ ୨୦୧୪ ପର୍ଯ୍ୟନ୍ତ ଭାରତ ସରକାର ଙ୍କ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସ୍ୱର୍ଗୀୟ ସିଂହ ଙ୍କ ଆଜି ସନ୍ଧ୍ୟା ରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ୯୩ ତମ ଜୟନ୍ତୀ ପାଳନ ଅବସରରେ ଦୁଇ ମିନିଟ ନିରବ ପ୍ରାର୍ଥନା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଲବ ସାହୁ , ସଗ୍ରାମ ସାହୁ , ସୂର୍ଯ୍ୟ ନାରାୟଣ ପାତ୍ର , ରାଜା ପାତ୍ର , ମୁନା ମହାରଣା , ନିରାକାର ପାଣିଗ୍ରାହୀ , ଦଣ୍ଡ ଚରଣ ପଣ୍ଡା । ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା।

Leave A Reply

Your email address will not be published.