ଅଦାଲତଙ୍କ ଆଦେଶ ମିଳିଲେ ହେବ ୪ ପୌରସଂସ୍ଥାର ନିର୍ବାଚନ

7

ଭୁବନେଶ୍ୱର, ୨୩/୦୯/୨୦୨୫ : ଓଡିଶା ଉଚ୍ଚ ନ୍ୟାୟାଳୟଙ୍କର ଆଦେଶ ମିଳିଲେ ରାଜ୍ୟର ଚାରିଟି ପୌରସଂସ୍ଥା ସମ୍ବଲପୁର ମହାନଗର ନିଗମ, ରାଉରକେଲା ମହାନଗର ନିଗମ, ପୁରୀ ପୌରପାଳିକା ଏବଂ ଓଡଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ହେବ । ଅଦାଲତଙ୍କ ନିଦେ୍ର୍ଧଶକ୍ରମେ ଏହିସବୁ ପୌରସଂସ୍ଥାରେ ନିର୍ବାଚନ ସ୍ଥଗିତ ରହିଛି ।
ରାଜ୍ୟର ପୌରାଞ୍ଚଳରେ ନିର୍ବାଚନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣ ଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି ଯେ ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ୬୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ଟି ପୌରପାଳିକା ଓ ୫ଟି ମହାନଗର ନିଗମ ରହିଥିଲା । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ସ୍ଥଗିତାଦେଶ ଯୋଗୁଁ ୪ଟି ପୌରାଞ୍ଚଳରେ ନିର୍ବାଚନ ହୋଇପାରିନଥିଲା ।
ମନ୍ତ୍ରୀ କହିଛନ୍ତି ଯେ ଏବେ ରାଜ୍ୟରେ ସମୁଦାୟ ୧୧୫ଟି ପୌରସଂସ୍ଥା, ୫ଟି ପୌରନିଗମ, ୪୮ଟି ପୌରପାଳିକା ଓ ୬୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି ।

Leave A Reply

Your email address will not be published.