ଅସାଧାରଣ ପ୍ରତିଭାର ଅଧିକାରୀଣୀ ଥିଲେ ମା ଅର୍ଣ୍ଣପୂର୍ଣ୍ଣା ବା ସୁଗୁଣ ସୁକର୍ମହିଁ ମଣିଷକୁ କାଳଜୟୀ କରିଥାଏ

3

ଜଗତସିଂହପୁର ତା.23.09. 2025 ସୁମନ୍ତ କୁମାର ଦାସ: ସବୁ ମଣିଷର ଜନ୍ମ ଏକ ପ୍ରକାରର କିନ୍ତୁ ସୁଗୁଣ ଓ ସୁକର୍ମହିଁ ମଣିଷକୁ କାଳଜୟୀ କରିଥାଏ I ଯାହାର ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି ଖଇରଙ୍ଗ ଗ୍ରାମର ଅର୍ଣ୍ଣପୂର୍ଣ୍ଣା ଦାଶ ବୋଲି ଆଜି ତାଙ୍କ ଦ୍ଵାଦଶାହ ଉପଲକ୍ଷେ ଆୟୋଜିତ ସ୍ମୃତିଚାରଣ ସଭାରେ ଯୋଗ ଦେଇ ଅତିଥି ମାନେ ଏହି ମତପୋଷଣ କରିଥିଲେ I ତାଙ୍କ ପରିବାର ଓ ପ୍ରଫୁଲ ପାଠାଗାର ମିଳିତ ଆନୁକୂଲ୍ୟରେ ପାଠାଗାର ପରିସରରେ ଅନୁଷ୍ଠିତ ଏହି ସଭାରେ ରବୀନ୍ଦ୍ରନାଥ ତ୍ରିପାଠୀ ସଭାପତିତ୍ୱ କରିଥିଲେ I ପ୍ରାରମ୍ଭରେ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ସମାଜସେଵୀ ହେମନ୍ତ କୁମାର ରଥଙ୍କ ସମେତ ତାଙ୍କର ସୁଯୋଗ୍ୟ ସନ୍ତାନ ପ୍ରସନ କୁମାର ଦାଶ, ନିରଞ୍ଜନ ଦାଶ ଓ ଅନ୍ୟମାନେ ଶ୍ରଦ୍ଧାସୁମନ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ଏହା ପରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା I ଆଲୋଚନାରେ ଭାଗନେଇ ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ, ଘନଶ୍ୟାମ କାନୁନଗୋ, ସତ୍ୟବାଦୀ ଦାଶ, ବିଜୟ କୁମାର ପତି, ଅବସର ପ୍ରାପ୍ତ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ, ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ସୁରେନ୍ଦ୍ର କୁମାର ରାୟ,ରାଜେନ୍ଦ୍ର ପ୍ରସାଦ ମହାନ୍ତି, ନାରାୟଣ ଚନ୍ଦ୍ର ଦାଶ, ବିଭୁତି ଲେଙ୍କା,ଅଞ୍ଜନ ଜେନା, ସୁଦର୍ଶନ ଦାଶ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇ ସ୍ବର୍ଗୀୟI ଅର୍ଣ୍ଣପୂର୍ଣ୍ଣା ଦାଶ ଏକାଧାରରେ ଆଦର୍ଶ ମହିଳା, ସୁଗୃହିଣୀ, ପରୋପକାରୀ, ଭଗବତପ୍ରେମୀ ଓ ସୁଲେଖିକା ଭାବେ ଏ ଅଞ୍ଚଳରେ ଜଣାଶୁଣା ଥିଲେ ବୋଲି ମତଦେବା ସହିତ ତାଙ୍କ ଆଦର୍ଶରେ ନାରୀ ଜାତି ଅନୁପ୍ରାଣିତ ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ମତପୋଷଣ କରିଥିଲେ I ଏହି ସଭାରେ ବୁଦ୍ଧିଜୀବୀ ସାହିତ୍ୟିକ, ପାଠାଗାରର ସଦସ୍ୟ ସଦସ୍ୟା ଓ ସ୍ଥାନୀୟ ଜନ ସାଧାରଣ ଯୋଗ ଦେଇଥିଲେ I ଶେଷରେ ଅଜୟ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.